ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଅଙ୍ଗନୱାଡି କର୍ମୀ। ସମ୍ପୃକ୍ତ କର୍ମୀଙ୍କ ନାମ ନମିତା ଦଳାଇ ବୋଲି ଜଣାପଡିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ନମ୍ବର ୱାଡର ଅଙ୍ଗନୱାଡି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ତାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ ଚଢ଼ଉ କରୁଥିବା ସୂଚନା ମିଳିଛି ।

ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଗଳିରେ ଥିବା ବାସଭବନ, ଗଣେଶ ନଗରର ୪ ନମ୍ବର ଗଳିରେ ଥିବା କୋଠା, ଭୁବନେଶ୍ୱର ସୁନ୍ଦରପଦା ସମେତ ଦୁଇଟି ସ୍ଥାନରେ ଥିବା ବଡ ବଡ ଅଟ୍ଟାଳିକା ଓ ଅଫିସ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି ।

ଏହାବ୍ୟତୀତ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଏକ କାଳୀନ ଚଢ଼ଉ ଚାଲିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

Leave a Reply