ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ SOP ଜାରି

1 min read

ଭୁବନେଶ୍ୱର: କରୋନା କଟକଣା ପରେ ଆସନ୍ତା କାଲିଠାରୁ ରାଜ୍ୟରେ ଖୋଲିବାକୁ ଯାଉଛି ଅଙ୍ଗନବାଡ଼ି କେନ୍ଦ୍ର। ଅଙ୍ଗନବାଡି କେନ୍ଦ୍ରରେ ୬ଫୁଟ ସାମାଜିକ ଦୂରତା ରକ୍ଷା ଉପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଗୁରୁତ୍ୱ । ଫେବୃୟାରୀ ପହିଲାରୁ ଖୋଲିବ ରାଜ୍ୟର ସବୁ ଅଙ୍ଗନୱାଡ଼ି କେନ୍ଦ୍ର । ଅଧିକ ପିଲା ଥିବା ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ଗ୍ରୁପ କରି ଆସିବେ ଅଙ୍ଗନବାଡି କେନ୍ଦ୍ରକୁ ସହାୟିକା, ରୋଷେୟା ଆସିବେ ।

ସେହିପରି ସୋମବାରରୁ ଶନିବାର ସାରଣୀ ଅନୁସାରେ ସୁଷମା ଖାଦ୍ୟ ଦିଆଯିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବ। ମାସରେ ୨୫ଦିନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ।କଣ୍ଟେନମେଣ୍ଟ୍ ଜୋନ୍ ଭିତରେ ପିଲାଙ୍କ ଘରେ ପହଞ୍ଚାଯିବ ରନ୍ଧାଖାଦ୍ୟ ଓ ଅଣ୍ଡା, ଗର୍ଭବତୀ ମହିଳାଙ୍କ ଘରେ ମଧ୍ୟ ପହଞ୍ଚାଯିବ ଖାଦ୍ୟ ।

ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ SOP ସମ୍ବଳିତ ଚିଠି ହୋଇଛି। ଏହାକୁ କଡାକଡ଼ି ଭାବେ ମାନିବାକୁ ନିର୍ଦେଶ ଦେଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ। ଅରୁନିମା ଶିକ୍ଷା କାର୍ଯ୍ୟକ୍ରମରେ ଗପ ଜରିଆରେ ପିଲାଙ୍କ ମେଧାଶକ୍ତି ବୃଦ୍ଧି କରାଯିବ।

Leave a Reply