ଉପକୂଳବର୍ତ୍ତୀ ଅଞ୍ଚଳରେ କରୋନା ଯୋଦ୍ଧା ପାଲଟିଛନ୍ତି କବିତା ଓ ତୁଳସୀ

ଜଗତସିଂହପୁର: ଉପକୂଳବର୍ତ୍ତୀ ଅଂଚଳରେ କରୋନା ଯୋଦ୍ଧା ପାଲଟିଛନ୍ତି ଅଙ୍ଗନବାଡି କର୍ମୀ ଓ ଆଶା ଦିଦି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୨୫ରୁ ଘର ଘର ବୁଲି ବାଣ୍ଟୁଛନ୍ତି କରୋନା ସଚେତନତା ବାର୍ତ୍ତା । ଏ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରିବା ସହ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି ଏହି ଅଙ୍ଗନବାଡ଼ୀ କର୍ମୀ ଏବଂ ଆଶା ଦିଦି ।

ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିସପୁର ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ କବିତା ଦାସ ଓ ଆଶା ଦିଦି ତୁଳସୀ ଦାସ । ଏ ଦୁହେଁ ପାଲଟିଛନ୍ତି ଅଞ୍ଚଳର କରୋନା ଯୋଦ୍ଧା । ସେମାନେ ମାର୍ଚ୍ଚ ମାସ ୨୫ରୁ ଗଡହରିସପୁର ଅଙ୍ଗନବାଡି କେନ୍ଦ୍ର ଅଧୀନରେ ରହିଥିବା ସମୁଦ୍ରକୂଳିଆ ଅଧିବାସୀଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଚେତନତା କରୁଥିବା ଦେଖିବାକୁ ମିଳିଛି  । ଆଉ ତାଙ୍କର ଏହି କାମ ପାଇଁ ଅଞ୍ଚଳବାସୀ ଦୁହିଁଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି ।

ବର୍ତ୍ତମାନ କରୋନା ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଜନସାଧାରଣ ବାହାରକୁ ଯାଉନଥିବାବେଳେ ଏରସମା ଗଡ଼ହରିସପୁର ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି ଶିକ୍ଷୟତ୍ରୀ କବିତା ଦାସ ଓ ଆଶା ଦିଦି ତୁଳସୀ ଦାସ ଘର ଘର ବୁଲି କିପରି ମହାମାରୀ କରୋନାରୁ ରକ୍ଷା ପାଇବେ ସେ ସବୁ ଉପରେ ସଚେତନ କରୁଛନ୍ତି । ଏବଂ କରୋନାକୁ ନେଇ ନିର୍ଦ୍ଦେଶାବଳୀକୁ ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଏରସମା ଗଡହରିସପୁର ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଆଉ ଆଶା ଦିଦି ପ୍ରତି ସପ୍ତାହ ରେ ତିନିରୁ ଚାରି ଥର ଗଡହରିସପୁର ଗ୍ରାମକୁ ଯାଇଥାନ୍ତି । ସେଠାରେ ଘର ଘର ବୁଲି ମ୍ୟାକ୍ସ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା , ସାମାଜିକ ଦୂରତା ମାନିବା, ଶିଶୁଙ୍କ ସମେତ ଅଧିକ ବୟସ୍କ ଲୋକ ମାନଙ୍କ ଯତ୍ନ ନେବା, ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ଆଦି ବୁଝେଇବା ସହ ଘର ଚାରିପାଖ ସଫା ସୁତୁରା ରଖିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ଏହି ମହମାରୀ ସମୟରେ ସମୁଦ୍ରକୂଳ ଅଧିବାସୀଙ୍କ ପାଖକୁ ଆସି ସେମାନଙ୍କୁ ସଚେତନ କରିବା ଭଳି ମହତ କାମ କରି ଦୁହେଁ ସାଧାରଣରେ ଉଦାହରଣ ପାଲଟିଛନ୍ତି ।

ଖାଲି ସେତିକି ନୁହେଁ ରାସ୍ତା ଘାଟରେ ଲୋକେ ମାସ୍କ ପିନ୍ଧିନଥିଲେ ତାଙ୍କୁ ମାସ୍କ ପିନ୍ଧିବା ସହ ସାନିକାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇତାନ୍ତି । ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଖାଦ୍ୟ ଜିନିଷ ସବୁ ସାଙ୍ଗେ ସାଙ୍ଗେ ଶିଶୁ ମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି ।

Leave a Reply