ହୋଟେଲରେ ଥିବା କୋଭିଡ କେୟାରରେ ଲାଗିଲା ନିଆଁ, ୭ ଜଣଙ୍କର ମୃତ୍ୟୁ ୩୦ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଜୟୱାଡାର ଏକ କୋଭିଡ କେୟାର ହୋଟେଲରେ ନିଆଁ ଲାଗିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ହୋଟେଲ ଭିତରୁ ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏପର୍ଯ୍ୟନ୍ତ ୩୦ଜଣଙ୍କୁ ଉଦ୍ଧାର କାରଯାଇଥିବା ବେଳେ ପ୍ରାୟ ୭ଜଣଙ୍କ ଜୀବନ ଯାଇଥିବା ସୂଚନା ମିଲିଛି । ନିଆଁ ଲାଗିଥିବା ହୋଟେଲରେ ହସ୍ପିଟାଲ ତରଫରୁ କୋଭିଡ୧୯ ସୁବିଧା ମିଳୁଥିଲା । ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ହୋଟେଲ ଗୋଲଡେନ୍ ପ୍ୟାଲେସରେ ଏହି ଦୁର୍ଘଟଣା ଘଟିଛି । ହୋଟେଲରେ ୩୦ ଜଣ କରୋନା ରୋଗୀ ଏବଂ ୧୦ ଜଣ ଡାକ୍ତରଖାନାର କର୍ମଚାରୀ ଥିଲେ।

ବିଜୟୱାଡା ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବହୁ ପରିଶ୍ରମ ପରେ ନିଆଁକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିଜେ ସମଗ୍ର ଦୁର୍ଘଟଣା ଉପରେ ନଜର ରଖିଛନ୍ତି ଏବଂ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପରେ ସମଗ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି ଏବଂ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ସେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ କହିଛନ୍ତି ଯେ ହୋଟେଲକୁ ଏକ ଘରୋଇ ଡାକ୍ତରଖାନା ଭଡାରେ ନେଇଥିଲା, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ରୋଗୀଙ୍କୁ ଏଠାରେ ଚିକିତ୍ସା ପାଇଁ ରଖାଯାଇଥିଲା ।

Leave a Reply