ଆନ୍ଧ୍ର ଓଡ଼ିଶା ସୀମାରେ ବିବାଦ: ଓଡିଶା ମହିଳା ସରପଞ୍ଚଙ୍କୁ ଘେରିଛନ୍ତି ଆନ୍ଧ୍ରପ୍ରଦେଶର ଗାଁ ଲୋକ

ଭୁବନେଶ୍ୱର: ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରି  । ଆନ୍ଧ୍ର ଓଡ଼ିଶା ସୀମାରେ ବିବାଦ ଧିରେ ଧିରେ ଉଗ୍ର ରୂପ ନେଉଛି । ଆନ୍ଧ୍ର ଓଡିଶା ସୀମାର ବିବାଦ ସ୍ଥଳରେ ଓଡିଶା ମହିଳା ସରପଞ୍ଚଙ୍କୁ ଘେରିଛନ୍ତି ଆନ୍ଧ୍ରପ୍ରଦେଶର ଗାଁ ଲୋକ  । ସେମାନେ ସରପଞ୍ଚଙ୍କୁ  ଦୁର୍ବ୍ୟବହାର ସହିତ ବିଭିନ୍ନ ଧମକ ଦେଇଥିବା ଅଭିଯୋଗ ହୋଇଛି  । 

ସୂଚନାଅନୁସାରେ ସୀମାନ୍ତ ସମ୍ବାଇର ମହିଳା ସରପଞ୍ଚ ପିଲକ ଗୁଣ୍ଠା , ସୁନାବେଡା ୱାଡ଼ ମେମ୍ବର, ପୂର୍ବତନ ସରପଞ୍ଚ ଓ କିଛି ଗ୍ରାମ ବାସୀଙ୍କୁ ଆକ୍ରମଣ ଯୋଜନାରେ ବିଶାଖାପାଟଣା ଜିଲ୍ଲା ଡେକାପର ଗାଁ ଲୋକ ଆସିଥିଲେ  । ସେମାନଙ୍କ ଦାଦାଗିରି ସମ୍ପର୍କରେ ସରପଞ୍ଚ ପଟାଙ୍ଗୀ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ  । ଅଭିଯୋଗ ପରେ କୋରାପୁଟ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଆନ୍ଧ୍ରପ୍ରଦେଶର ସାଇନ ବୋର୍ଡ ହଟାଇବା ସହିତ ପିଲର ଭାଙ୍ଗିଛି ।

Leave a Reply