ଆନ୍ଧ୍ର ସହ ସୀମା ବିବାଦ ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଉଭୟ ପକ୍ଷରୁ ପ୍ରଶାସନିକ ସ୍ତରରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ସହିତ ସୀମା ବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ସୀମା ବିବାଦ ସମ୍ପର୍କରେ ଆନ୍ଧ୍ର ସହ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ବିଶାଖାପାଟଣା ଓ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟରେ ହେଉଛି ଆଲୋଚନା ।

ଆନ୍ଧ୍ରର କିଛି ଲୋକ ସୀମାରେ ପୋତିଥିବା ଖୁଣ୍ଟ ଓ ପଥର ଉଠାଇ ଦିଆଯାଇଛି । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ ।

କହିଛି, ସୀମାରେ ଯେତେ ରାଜ୍ୟ ଅଛନ୍ତି, ଓଡ଼ିଶାର ଜମିକୁ ମାଡ଼ି ବସିଛନ୍ତି । ତେଣୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

Leave a Reply