ପର ସମସ୍ୟା ସମାଧାନ କରିବାକୁ ଆସି ଜୀବନ ହାରିଲେ ‘ଭଦ୍ରଲୋକ’

1 min read

ଆନନ୍ଦପୁର: କୁକୁଡା ପାଇଁ କଳି, ଝଗଡ଼ା ଛିଣ୍ଡାଇବାକୁ ବସିଥିବା ବୁଝାମଣା ବୈଠକରେ ଘଟିଗଲା ଅଘଟଣ । ପରର କଳି ଛିଣ୍ଡାଇବା ବଦଳରେ ଦୁଇ ଭଦ୍ରଲୋକଙ୍କ ମଧ୍ୟରେ ହାତାହାତୀ ହୋଇ ଘଟିଲା ହତ୍ୟାକାଣ୍ଡ । ଏବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ ।

ସୂଚନା ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଁରା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁର ଭିମା ଖଣ୍ଡେଇଙ୍କ ପରିବାର ନିଜ ବାଡିର ସାଗ କିଆରିରେ ବିଷ ପକାଇଥିଲେ । ଗାଁର ଲକ୍ଷ୍ମୀଧର ମଲ୍ଲିକ୍‌ଙ୍କ କୁକୁଡ଼ା ତାଙ୍କ ବାଡିରେ ପଶି ଶାଗଖାଇ ମରିଥିଲା । ଏହି ଘଟଣାରେ ସାହିରେ ଭଦ୍ରଲୋକଙ୍କୁ ନେଇ ଶୁକ୍ରବାର ରାତିରେ ବସିଥିଲା ବୁଝାମଣା ବୈଠକ । ଏହି ବୁଝାମଣା ଚାଲିଥିବା ବେଳେ ଦୁଇ ଭଦ୍ରଲୋକଙ୍କ ପରିବାର ବାବନ ବେହେରା ଓ ଆନନ୍ଦ ନାୟକ ପରିବାର ମଧ୍ୟରେ ଯୁକ୍ତିର୍ତକ ଲାଗିଥିଲା ।

ଉତ୍‌କ୍ଷିପ୍ତ ହୋଇ ବାବନ ବେହେରାଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟ୍‌ରେ ଆନନ୍ଦଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଭାବେ ଆନନ୍ଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଶନିବାର ଅଭିଯୁକ୍ତଙ୍କ ଗିରଫ ଦାବି କରି ଗାଁ ଲୋକେ ଓରାଳୀ-ଶାଳଣିଆଂ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଛନ୍ତି । ସେପଟେ ପୋଲିସର ତଦନ୍ତ ଚାଲିଥିବା ବେଳେ ବାବନ ବେହେରାଙ୍କ ପରିବାର ଫେରାର ଥିବା ସୂଚନା ରହିଛି ।

Leave a Reply