ନନ୍ଦନ କାନନରେ ଆନାକୋଣ୍ଡାର ମୃତ୍ୟୁ, ସହିପାରିଲାନି ଓଡ଼ିଶା ଥଣ୍ଡା

ଭୁବନେଶ୍ୱର : ନନ୍ଦନକାନନକୁ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ଆଜି ଗୋଟିଏର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । ଗତ କିଛିଦିନ ତଳେ ଚେନ୍ନାଇରୁ ଆସିଥିଲା ୨ ବର୍ଷୀୟ ହଳଦିଆ ଆନାକୋଣ୍ଡା । ୨ ସପ୍ତାହ ହେବ ଖାଦ୍ୟ ଛାଡ଼ିଦେଇଥିବାରୁ ଶୀତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚେନ୍ନାଇର ମାଡ୍ରାସ୍ ଶରୀସୃପ ବ୍ୟାଙ୍କ ଟ୍ରଷ୍ଟରୁ ୮ଟି ଆନାକୋଣ୍ଡାକୁ ନନ୍ଦନ କାନନ ଅଣାଯାଇଥିଲା । ସମସ୍ତଙ୍କୁ ନନ୍ଦନ କାନନର ଶରୀସୃପ ଉଦ୍ୟନରେ ରଖାଯାଇଥିଲା । ଏଥି ମଧ୍ୟରୁ ୪ଟି ମାଇ ଓ ୪ଟି ଅଣ୍ଡିରା ଆନାକୋଣ୍ଡା ଥିଲେ । ସେମାନଙ୍କୁ ଓଡ଼ିଶାର ପାଣି ପବନ ସହିତ କିଛି ଦିନ ଖାପଖୁଆଇବା ପାଇଁ ରଖାଯାଇଥିଲା । ଏହାପରେ, ପର୍ଯ୍ୟଟକଙ୍କ ସାମ୍ନାକୁ ଆଣାଯାଇଥାନ୍ତା । ତେବେ ତା ପୂର୍ବରୁ ଆନାକୋଣ୍ଡାର ମୃତ୍ୟୁ ହୋଇଛି ।

Leave a Reply