ବଡ଼ ଭାଇର ଆତ୍ମହତ୍ୟା ପରେ ହୃଦଘାତରେ ଚାଲିଗଲେ ସାନ ଭାଇ

Fruits

ଅମରାବତୀ: ଦେଶରେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ମହାରାଷ୍ଟ୍ରର ଅମରାବତୀରୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ କମଳା ଚାଷ କରୁଥିବା କୃଷକ ପରିବାରର ଦୁଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ବଡ଼ ଭାଇ ଅଶୋକ ଭୂୟାର ଆତ୍ମହତ୍ୟା କଲେ ଏବଂ ଯେତେବେଳେ ଅନ୍ତିମ ସଂସ୍କାର ସାରି ସାନ ଭାଇ ଫେରୁଥିବା ବେଳେ ତାଙ୍କୁ ହାର୍ଟଆଟାକ ଆସିଥିଲା ଏବଂ ସେଠାରେ ସେ ଟଳିପଡ଼ିଥିଲେ ।

Govt investing Rs 160 million to promote fruits, lime farming - myRepublica - The New York Times Partner, Latest news of Nepal in English, Latest News Articles

ଆତ୍ମହତ୍ୟା ପୂର୍ବରୁ ଅଶୋକ ଭୂୟାର ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ବଚ୍ଚୁ କଡ୍ଡୁଙ୍କୁ ଚିଠି ବି ଲେଖିଥିଲେ । ଯେଉଁଥିରେ ସହାଯ୍ୟ ନେଇ ଗୁହାରି କରିଥିଲେ ।  ବଚ୍ଚୁ କଡ୍ଡୁ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି । ରାଜ୍ୟ ବଡ଼ କୃଷକମାନଙ୍କ ମଧ୍ୟରେ ଗଣାଯାଅନ୍ତି ଶ୍ରୀ କଡ୍ଡୁ । କିଛି ଦିନ ପୂର୍ବେ ବଚ୍ଚୁ କଡ୍ଡୁ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ ।

ଏଥିସହିତ ପଢ଼ନ୍ତୁ: ବିଜେପିର ପୋଷ୍ଟର ଚାଷୀ ବି ସିଂଘୁ ସୀମାରେ ଦେଉଛନ୍ତି ଧାରଣା

କୃଷକ ଜଣଙ୍କ ନିଜ ଚିଠିରେ ଲେଖିଥିଲେ ଯେ, କମଳା କିଣିବା ଲାଗି ବୋଲି ଲଗାଇଥିବା ବ୍ୟବସାୟୀ ଠିକ୍ ସମୟରେ ଅମଳ ଫସଲ ନେବାକୁ ମନା କରିଦେଇଥିଲେ । ଯେତେବେଳେ କୃଷକ ଜଣଙ୍କ ଏ ନେଇ ପ୍ରଶ୍ନ ଉଠାଇଥିଲେ ତାଙ୍କୁ ମଦ ପିଆଇ ନିର୍ଧୁମ ମାଡ଼ ମାରିଥିଲେ ।  ଏ ନେଇ କୃଷକ ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ପୋଲିସ ତାଙ୍କୁ ପୁଣି ମାଡ଼ ମାରିଥିଲା ଏଣୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଆତ୍ମହତ୍ୟା ପରେ ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକେ ଥାନାରେ ହଙ୍ଗାମା କରିଥିଲେ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଥିଲେ । ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Leave a Reply