କରୋନାକୁ ହରାଇ ଘରକୁ ଫେରିଲେ ବିଗ୍ ବି: ଟ୍ୱିଟ କରି ସୂଚନା ଦେଲେ ପୁଅ ଅଭିଷେକ

1 min read

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରାୟ ତିନି ସପ୍ତାହରୁ ଅଧିକ ସମୟ ଧରି ମୁମ୍ବାଇର ନାନାବତୀ ଡାକ୍ତରଖାନା ରହିବା ପରେ ରବିବାର ତାଙ୍କୁ ଜିସଚାର୍ଜ କରାଯାଇଛି । ବିଗ୍ ବି ଡାକ୍ତରଖାନାରୁ ଡିସଚାର୍ଜ ହେବା ସୂଚନା ପୁଅ ଅଭିଷେକ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି ।

ଅଭିଷେକ ବଚ୍ଚନ ନିଜ ଟ୍ୱିଟର ହାଣ୍ଡେଲରେ ଲେଖିଛନ୍ତି ଯେ, ମୁଁ ଆଶ୍ୱସ୍ତୀ ଅନୁଭବ କରୁଛି ଯେ ମୋ ବାପାଙ୍କ ଲାଟେଷ୍ଟ କୋଭିଡ ୧୯ ଟେଷ୍ଟ ନେଗେଟିଭ ଆସିଛି । ତାଙ୍କୁ ଆଜି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ଘରେ ଆରାମ କରୁଛନ୍ତି । ଆପଣ ସମସ୍ତଙ୍କର ପ୍ରାର୍ଥନା ପାଇଁ ମୁଁ ଧନ୍ୟବାଦ ଜଣାଉଛି ।

ଜଣାଇ ରଖୁଛୁ ଯେ, ଅମିତାଭ ବଚ୍ଚନ ଜୁଲାଇ ୧୧ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କିନ୍ତୁ ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜଣାଇ ରଖୁଛୁ ଯେ ଅଭିଷେକ ବଚ୍ଚନଙ୍କୁ ଏଯାଏଁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇନାହିଁ ।

Leave a Reply