ଅମିତାଭ୍ ଓ ଅଭିଷେକଙ୍କୁ କରୋନା: ପରିବାରର ଅନ୍ୟ ସଦସ୍ୟଙ୍କ ନମୁନା ସଂଗ୍ରହ, ରିପୋର୍ଟକୁ ଅପେକ୍ଷା

2 min read

ଭୁବନେଶ୍ୱର: ବଲିଉଡ ଅଭିନେତା ଅମିତାଭ୍ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ । ତାଙ୍କ ପୁତ୍ର ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଉଭୟ ପିତା-ପୁତ୍ର ସୂଚିତ କରିଛନ୍ତି ।

ବର୍ତ୍ତମାନ ଅମିତାଭ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି , ଏବଂ ଗତ 10 ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ଖୋଦ ଅମିତାଭ୍ ।

ପ୍ରଥମେ ବିଗ୍ ବି ସଂକ୍ରମିତ ହୋଇଥିବା ନେଇ ସୂଚିତ କରିଥିବା ବେଳେ ଏହାର କିଛି ସମୟ ପରେ ଅଭିଷେକ ମଧ୍ୟ ନିଜେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି ।

ବଲିଉଡ୍ ବିଗ୍ ବି ସଂକ୍ରମିତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply