ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅମିତ ଶାହ

ନୂଆଦିଲ୍ଲୀ: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହ । ଏହା ପୂର୍ବରୁ ହାଇଆଲର୍ଟରେ ରହିଛି ସୁରକ୍ଷା ଏଜେନ୍ସି । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ତାଙ୍କ ଉପରକୁ ପଥର ମାଡ ହୋଇଥିଲା ।

ଯାହାକୁ ନେଇ ପ୍ରବଳ ତୁମ୍ବି ତୋଫାନ ହୋଇଥିଲା । ଏବେ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇଆଲର୍ଟରେ ରହିଛନ୍ତି ସୁରକ୍ଷା କର୍ମଚାରୀ । କ୍ଲୋଜ ପ୍ରୋଟେକସନ ଓ ଆଉଟର ପ୍ରୋଟେକସନ ଟିମକୁ ଆହୁରି ସଶକ୍ତ କରାଯାଇଛି ।

ସୂଚନା ଅନୁସାରେ ଅମିତ ଶାହ ଆସନ୍ତା ୧୯ ଓ ୨୦ ତାରିଖରେ ଦୁଇ ଦିନିଆ ଗସ୍ତରେ ଯିବେ । ୧୯ ତାରିଖରେ ମେଦିନାପୁର ଯିବା ସହ ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ୨୦ ତାରିଖରେ ବୋଲପୁର ଯାଇ ସେଠାରେ ଜନସଭା କରିବେ । ସଭାସ୍ଥଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

ତେବେ ରାଜ୍ୟ ପୋଲିସ ମଧ୍ୟ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ନିୟୋଜିତ ହେଉଥିବା ନେଇ ଜଣାପଡିଛି।

Leave a Reply