ଦିଲ୍ଲୀ ବିସ୍ଫୋରଣ ପରେ ପଶ୍ଚିମବଙ୍ଗ ଗସ୍ତ ବାତିଲ୍ କଲେ ଅମିତ ଶାହ

1 min read
Jaish Ul Hind Taking Responsibility Of Friday Delhi Attack

ନୂଆଦିଲ୍ଲୀ: ବିସ୍ଫୋରଣରେ ଦୋହଲି ଯାଇଛି ଦିଲ୍ଲୀ । ଛୋଟ ବିସ୍ଫୋରଣର ବଡ଼ ପ୍ରଭାବ ପଡ଼ିଛି ସୁରକ୍ଷା ଏଜେନ୍ସି ଉପରେ ଦିଲ୍ଲୀର ହାଇ ସିକ୍ୟୁରିଟି ଜୋନ୍ ଦୂତାବାସ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ରାଜୀବଚୌକରେ ଧ୍ୱଜାବତରଣ ଚାଲିଥିବା ବେଳେ ସେଠାରୁ ମାତ୍ର ୨ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଦିଲ୍ଲୀ ସହ ପୂରା ଦେଶକୁ ଦୋହଲାଇ ଦେଇଥିଲା ।

Amit Shah Postponed West Bengal Visit After Blast Near Israel Embassy Delhi  

କୁହାଯାଉଛି ବିସ୍ଫୋଟକକୁ ଫୁଲ କୁଣ୍ଡରେ ରଖାଯାଇ କାର ନିକଟରେ ରଖା ଯାଇଥିଲା । ସୌଭାଗ୍ୟବଶତଃ ବିସ୍ଫୋରଣର ମାତ୍ରା କମ୍ ଥିବାରୁ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ କି ଧନଜୀବନ ହାନି ଘଟିନାହିଁ । ବିସ୍ଫୋରଣ ପରେ କାରରେ ନିଆଁ ଲାଗିଥିଲେ ସ୍ଥିତି ପୂରା ଓଲଟି ଯାଇଥାନ୍ତା । ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି । ସମଗ୍ର ଘଟଣା ନେଇ ସମ୍ପୂର୍ଣ୍ଣ ତଥ୍ୟ ନେଇଛନ୍ତି ଶାହ ।

ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ବିଭାଗ ସହ ଅମିତ ଶାହ ବିସ୍ଫୋରଣ ନେଇ ଆଲୋଚନା କରିଛନ୍ତି । ଏଥିସହ ଶାହ ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ୍ କରି ଦେଇଛନ୍ତି । ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣରେ ୪ରୁ ୫ଟି କାର୍ କାଚ୍ ଭାଙ୍ଗି ଯାଇଛି । ଏହାର ତଦନ୍ତ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ସହ ଏନଆଇଏ କରୁଛି । ଦିଲ୍ଲୀ ବିସ୍ଫୋରଣ ପରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଆଦି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

Leave a Reply