କେବଳ ହେଡ୍ ଅଫ୍ ଦ ଷ୍ଟେଟଙ୍କ ପାଇଁ SPG : ଗୃହମନ୍ତ୍ରୀ ଶାହା

1 min read

ନୂଆଦିଲ୍ଲୀ : କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ରାଜ୍ୟସଭାରେ ପାସ୍ ହୋଇଛି ସ୍ୱତନ୍ତ୍ର ସୁରକ୍ଷା ବଳ ସଂଶୋଧନ ବିଲ୍-୨୦୧୯ । ପଞ୍ଚମ ଥର ପାଇଁ ଏ ବିଲରେ ସଂଶୋଧନ ଅଣାଯାଇଛି ।

ଆଜି ରାଜ୍ୟସଭାରେ ଏହା ଉପରେ ବିତର୍କ ବେଳେ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଛନ୍ତି ଯେ, ଏସପିଜି କାହାର ଷ୍ଟାଟସ୍ ସଂକେତ ଭାବେ ବ୍ୟବହାର ହୋଇପାରିବ ପାରିବନାହିଁ । କୌଣସି ଗୋଟିଏ ପରିବାରକୁ ଦୃଷ୍ଟିରେ ରଖି ଏଥିରେ ସଂଶୋଧନ ଅଣାଯାଇ ନାହିଁ । ବୋଧହୁଏ ପୂର୍ବ ୪ ଥର ଗୋଟିଏ ପରିବାରକୁ ଦୃଷ୍ଟିରେ ରଖି ସଂଶୋଧନ ଅଣାଯାଇଥିଲା । ଏସପିଜିକୁ ନେଇ ଏବେ ଦାବି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶାହା । କେବଳ ହେଡ୍ ଅଫ୍ ଦ ଷ୍ଟେଟଙ୍କ ପାଇଁ SPG ଯୋଗାଇ ଦିଆଯାଉଛି । ଏହାକୁ ସମସ୍ତଙ୍କୁ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ସେହି ଗୋଟିଏ ପରିବାରକୁ ବିରୋଧ କରାଯାଉନି ବରଂ ପରିବାରବାଦକୁ ବିରୋଧ କରାଯାଉଥିବା ଶାହା କହିଛନ୍ତି ।

https://nandighoshatv.comsecurity-breach-at-priyanka-gandhi-home/

ଗତକାଲି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍ଗ ଗାନ୍ଧିଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଏକ ଅଜଣା ଗାଡ଼ି ପ୍ରବେଶ କରିଯାଇଥିଲା । ସେଲଫି ନେବାକୁ ଉତ୍ତର ପ୍ରଦେଶରୁ ୫ ଜଣ ବ୍ୟକ୍ତି ଆସିଥିବା ଜଣାପଡ଼ିଥିଲା । ଗାନ୍ଧି ପରିବାରଠାରୁ ଏସପିଜି ହଟାଇ ଦିଆଯିବା ପରେ, ସୁରକ୍ଷାରେ ସାଂଘାତିକ ତୃଟି ହୋଇଥିବା କଂଗ୍ରେସ ସଂସଦରେ ଉଠାଇଥିଲା ।

ଏ ପ୍ରସଙ୍ଗରେ ଅମିତ ଶାହା କହିଛନ୍ତି ଯେ, ସୌଭାଗ୍ୟକୁ ରାହୁଲ ଗାନ୍ଧି ଯେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କ ଘରକୁ ଯିବାପାଇଁ ପୂର୍ବରୁ ସୂଚନା ଥିଲା ଠିକ୍ ସେହି ସମୟରେ ଆଉ ଏକ ଗାଡ଼ି ସେଠାକୁ ଯାଇଥିଲା । ସୁରକ୍ଷାକର୍ମୀ ଗାଡିରେ କିଏ ଅଛନ୍ତି ତାକୁ ନଦେଖି ଭିତରକୁ ଛାଡ଼ି ଦେଇଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି । ଏବେ ଗାନ୍ଧି ପରିବାରକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଉଛି । ବ୍ଲାକ୍ କମାଣ୍ଡୋଙ୍କ ବଦଳରେ ସିଆରପିଏଫ୍ ଯବାନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

Leave a Reply