୪ ବର୍ଷର ସ୍ୱଳ୍ପ ଅବଧିରେ ଆଗେଇଛି ଓଡ଼ିଶା, ଶାହ କଲେ ପ୍ରଶଂସା

1 min read

ନାଗପୁର: ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା । ୪ ବର୍ଷର ସ୍ୱଳ୍ପ ଅବଧି ଭିତରେ ଓଡ଼ିଶା ବାତ୍ୟା ମୁକାବିଲା କ୍ଷେତ୍ରରେ ବହୁତ କିଛି ବଡ଼ କରି ଦେଖାଇଛି । ମହାରାଷ୍ଟ୍ର ନାଗପୁରରେ ନ୍ୟାସନାଲ ଫାୟାର ସର୍ଭିସ୍ କଲେଜର ନୂଆ କ୍ୟାମ୍ପସ ଉଦଘାଟନ ଅବସରରେ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି ।୧୯୯୯ ମହାବାତ୍ୟାରେ ଓଡ଼ିଶାରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଉ ବିଗତ ୪ ବର୍ଷ ମଧ୍ୟରେ ଓଡ଼ିଶାକୁ ତିନି ତିନୋଟି ସାମୁଦ୍ରିକ ଝଡ଼ ଛୁଇଁଛି । ଏଥିରେ ପ୍ରାୟ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ୪ ବର୍ଷ ମଧ୍ୟରେ ଓଡ଼ିଶାର ବାତ୍ୟା ମୁକାବିଲା କୌଶଳ, ସମୟାନୁବର୍ତ୍ତୀ ପଦକ୍ଷେପ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ।

ଏନଡିଆରଏଫ ବା ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସର ପ୍ରଭାବୀ କାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ସଫଳ ହୋଇଛି । ତିତଲି, ଫନି, ବୁଲବୁଲ୍ ସବୁ ବାତ୍ୟା ସମୟରେ ଓଡ଼ିଶା ସରକାରଙ୍କ ସମୟାନୁଯାୟୀ ପଦକ୍ଷେପ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିଛି ।

ଓଡ଼ିଶାକୁ ୫୫୨ କୋଟି ଟଙ୍କା ବାତ୍ୟା ‘ବୁଲବୁଲ୍’ ସହାୟତା

Leave a Reply