କିଛି ସମୟ ପରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ,ଟ୍ୱିଟ୍ କରି  ଅମିତ ଶାହ କହିଲେ-ଇମ୍ପୋର୍ଟାଣ୍ଟ୍

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ ମୋଦି ଆଜି ଅପରାହ୍ନ ୪ଟାରେ ଦେଶକୁ ସମ୍ବୋଧନ କରିବେ । ସମଗ୍ର ଦେଶର ନଜର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉପରେ ରହିବ । ଏହାରି ଭିତରେ କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, ଆପଣ ମାନେ ୪ଟା ବେଳେ ପିଏମ୍ ମୋଦିଙ୍କ ସମ୍ବୋଧନକୁ ନିଶ୍ଚୟ ଦେଖନ୍ତୁ । ଏହା ଗୁରୁତ୍ୱପୂର୍ଣ୍ଣ ।

ଅମିତ ଶାହ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିବାକୁ କହିଥିବା ବେଳେ ପ୍ରଧାନମନ୍ତ୍ରୀ କେଉଁ ପ୍ରସଙ୍ଗ ଉପରେ କହିବେ ତାକୁ ନେଇ ଅନୁମାନ ବଜାର ଗରମ ଅଛି । ପ୍ରଧାନମନ୍ତ୍ରୀ କରୋନା,ଲକଡାଉନ୍ ଉପରେ କହିବେ କି ଚୀନ ସହ ସଂଘର୍ଷ ଉପରେ ନିଜ ମତ ରଖିବେ କିମ୍ବା ଉଭୟ ପ୍ରସଙ୍ଗ ଉପରେ ଦେଶକୁ ସମ୍ବୋଧନ କରିବେ ତାକୁ ନେଇ ଅନୁମାନ କରାଯାଉଛି ।

ସମସ୍ତଙ୍କ ଆଶା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନକୁ ନେଇ ନିଜ ମତ ରଖିବେ । ଏହା ଏଥିପାଇଁ ଯେ, ସମ୍ବୋଧନର ଗୋଟିଏ ଦିନ ପୂର୍ବରୁ ଭାରତ ସରକାର ୫୯ ଚୀନ୍ ଆପକୁ ବ୍ୟାନ୍ କରିଛନ୍ତି । ଟିକଟକ୍ ସମେତ ଯେଉଁ ଆପ ସବୁକୁ ଭାରତ ସରକାର ବ୍ୟାନ୍ କରିଛନ୍ତି ସେହି ଆପ୍ ଡାଟା ଚୋରି କରୁଥିବା ସନ୍ଦେହ କରାଯାଉଛି । ଏହା ସହ କିଛି ଆପଙ୍କ ଚୀନ୍ ସେନା ସହ ସମ୍ପର୍କ ରହିଛି ବୋଲି ସନ୍ଦେହ କରାଯାଉଛି । ଏହି ଆପ୍ ସବୁକୁ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ଏ କ୍ରମରେ ବ୍ୟାନ୍ କରାଯାଇଛି ।

ଚୀନ୍ ଆପକୁ ବ୍ୟାନ୍ କରିବାର କାରଣ

-ଏହା ଦ୍ୱାରା ଭାରତର ସୁରକ୍ଷା,ସାର୍ବଭୌମତ୍ୱ ଓ ଏକତା ପ୍ରତି ବିପଦ ଥିଲା

-ଆପ୍ ଜରିଆରେ ୧୩୦ କୋଟି ଭାରତୀୟଙ୍କ ଡାଟା ଚୋରିର ସନ୍ଦେହ

-ବେଆଇନ୍ ଭାବେ ଭାରତୀୟ ୟୁଜରଙ୍କ ଡାଟାକୁ ଚୀନ୍ ସର୍ଭରକୁ ପଠାଇବା

-ଏହି ସବୁ ଆପ୍ ପ୍ରାଇଭେସି ପାଇଁ ବିପଦ ଥିଲା

-ସଂସଦ ଭିତରେ ଓ ବାହାରେ ଏହି ଆପକୁ ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା

 

Leave a Reply