PM Modi in Ladakh: ପ୍ରଧାନମନ୍ତ୍ରୀ ମୋଦି ପଢିଲେ ପୁରା ନକ୍ସା, ଲାଗିଲା ବନ୍ଦେ ମାତରମ୍ ନାରା

ଲେହ: ପୂର୍ବ ଲଦାଖରେ ଚୀନ ସହ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହର ନିମୁ ଘାଟିରେ ପହଂଚିଥିଲେ । ସକାଳ ପ୍ରାୟ ୯ଟା ବେଲେ ସେ ଲେହରେ ପହଂଚିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ ନିମୁ ଫରୱାର୍ଡ ବେସକୁ ଯାଇଥିଲେ । ସେଠାରେ ସେ ସ୍ଥଳସେନା,ବାୟୁସେନା ଓ ଆଇଟିବିପିର ସୈନିକଙ୍କ ସହ କଥା ହୋଇଥିଲେ । ସିନ୍ଧୁ ନଦୀ ତଟରେ ସମୁଦ୍ର ପତନରୁ ୧୧ ହଜାର ଫୁଟ ଉଚ୍ଚତାର ଥିବା ନିମୁ ଘାଟି ସବୁଠାରୁ ଦୁର୍ଗମ ସ୍ଥଳରୁ ଗୋଟିଏ । ଏହା ଜଂସ୍କାର ପର୍ବତଶ୍ରେଣୀ ଦ୍ୱାରେ ଘେରି ରହିଛି ।

modi in nimu leh

ସୀମା ନକ୍ସାକୁ ବୁଝିଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମୁ ବେସରେ ବନ୍ଦେ ମାତରଂ ଧ୍ୱନି ମଧ୍ୟରେ ଯବାନ ସ୍ୱାଗତ କରିଥିଲେ । ସେଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ) ବିପିନ ରାୱତ ବିସ୍ତାର ପୂର୍ବକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନକ୍ସାକୁ ବୁଝାଇଥିଲେ ।  ଚୀନ୍ ଭାରତର କେଉଁ ଅଂଚଳ ଉପରେ ନିଜ ଦାବି ରଖୁଛି,କେଉଁ ଅଂଚଳ ଉପରେ କବଜା କରିଛି,ଏସବୁକୁ ସିଡିଏସ ମୋଦିଙ୍କୁ ବୁଝାଇଥିଲେ ।

ଲଦାଖ ସୀମା ବିବାଦରେ ଆମେରିକା ଭାରତ ସହ

ସୀମା ବିବାଦକୁ ନେଇ ଆମେରିକା ଚୀନକୁ ନିନ୍ଦା କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ନିନ୍ଦା କରି କହିଛନ୍ତି ଯେ,ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚୀନର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଚୀନ କମ୍ୟୁନିଷ୍ଟ ପାର୍ଟିର ବାସ୍ତବିକ ଚରିତ୍ର କଥା କହୁଛି ।

ଚୀନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ

ଚୀନକୁ ଯବାବ ଦେବାକୁ ଯାଇ ଭାରତ ୫୯ ଚାଇନା ଆପକୁ ପ୍ରତିବନ୍ଧିତ କରିଛି । ଏହି ଆପ୍ ମଧ୍ୟରେ ଟିକଟକ୍ ମଧ୍ୟ ରହିଛି । ଟିକଟକ୍ ଉପରେ ପ୍ରତିବନ୍ଧକ ଦ୍ୱାରା ଚୀନକୁ ହଜାର ହଜାର କୋଟିର କ୍ଷତି ସହିବାକୁ ପଡୁଛି । ଯବାବରେ ଚୀନ୍ ଭାରତ ବିରୋଧରେ ବାଣିଜ୍ୟ ଯୁଦ୍ଧର ଧମକ ମଧ୍ୟ ଦେଇଛି ।

Leave a Reply