ଭାରତ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ, ଏବେ ନିଜେ ବିବାଦରେ ପଡ଼ିଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି..

Amid dispute with India, demands of Nepal PM KP Oli’s resignation grows within party

ନୂଆଦିଲ୍ଲୀ: ଭାରତୀୟ ଜମିକୁ ନିଜ ଜମି ବୋଲି କହିବାରୁ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ନେପାଳ ପକ୍ଷରୁ ଏକ ନୂଆ ମ୍ୟାପ୍‌ ପ୍ରସ୍ତତ କରାଯାଇ ସଂସଦରେ ପାରିତ କରାଯାଇଛି । ଏହି ମ୍ୟାପ୍‌ରେ ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ଜମି ବୋଲି ଦର୍ଶାଇଛି । ତେବେ ଏହା ପଛରେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ହାତ ଥିବା କୁହାଯାଉଛି । ଏଭଳି କରି ଭାରତକୁ ବିବାଦ ଘେରକୁ ଆଣିଥିବା କେପି ଓଲି ଏବେ ନିଜେ ବଡ଼ ବିବାଦରେ ଫସିଛନ୍ତି । କାରଣ କେପି ଓଲିଙ୍କୁ ଏବେ ତାଙ୍କ ଦଳର ନେତା ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ଏମିତିକି କିଛଇ ନେତା ଧମକ ଦେଇଛନ୍ତି ଯଦି କେପି ଓଲି ପଦରୁ ଇସ୍ତଫା ନଦିଅନ୍ତି ତେବେ ଦଳ ଭାଗ ଭାଗ କରାଯିବ ।

KP Ollyନେପାଳ କମ୍ୟୁନିଷ୍ଟ ପାର୍ଟିର କେପି ଓଲି ପ୍ରଧାନମନ୍ତ୍ରୀ ରହିଥିବା ବେଳେ, ଦଳର ଅନ୍ତଃକନ୍ଦଳ ଏବେ ଉଗ୍ର ରୂପ ନେଇଛି । ପାର୍ଟି ଅଧ୍ୟକ୍ଷ ପ୍ରଚଣ୍ଡ, ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିରେ ଅନ୍ୟ ବଡ଼ ବଡ଼ ନେତା ମଧ୍ୟ ପ୍ରଚଣ୍ଡଙ୍କୁ ସମର୍ଥନ ଦେଉଥିବା ସୂଚନା ମିଳିଛି ।

କେପି ଓଲି ଜଣେ ଅସଫଳ ପ୍ରଧାନମନ୍ତ୍ରୀ ବୋଲି ଅଭିଯୋଗ ଆଣିବା ସହ ଇସ୍ତଫା ଦାବି କରିଛି ନେପାଳ କମ୍ୟୁନିଷ୍ଟ ପାର୍ଟି । ପୂର୍ବରୁ ଦୁଇ ଥର ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପୁଷ୍ପ କୁମାର ଧମାଲ କହିଛନ୍ତି କେପି ଓଲି ଜଣେ ରାଜନେତା ହେବା ସବୁଠୁ ବଡ଼ ତ୍ରୁଟି ।

KP Olly

ହେଲେ ଏଭଳି କଡ଼ା ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନାହିଁ ବୋଲି କହିଛନ୍ତି କେପି ଓଲି । ଇସ୍ତଫା ଦେବାକୁ କେପି ଓଲି ମନା କରିବା ପରେ ପ୍ରଚଣ୍ଡ ତାଙ୍କୁ ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି । ସେ କହିଛନ୍ତି କେପି ଓଲି ଯଦି ଇସ୍ତଫା ନଦିଅନ୍ତି ତେବେ ଦଳ ଭାଗ କରିଦିଆଯିବ ।

ତେବେ ନିଜ ଦଳରୁ ହିଁ ଏଭଳି କଡ଼ା ବିରୋଧ କରାଯିବା ଫଳରେ ଅଡ଼ୁଆରେ ପଡ଼ିଛନ୍ତି କେପି ଓଲି ।

Leave a Reply