କାଶ୍ମୀର ପ୍ରସଙ୍ଗ ପୁରୁଣା, ଏବେ ଚୀନ ସହ ବିବାଦରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଆଗ୍ରହୀ

1 min read

ନୂଆଦିଲ୍ଲୀ: ଗୋଟିଏ ପଟେ କାଶ୍ମୀର, ଅନ୍ୟପଟେ ଲଦାଖ । ବାରମ୍ବାର ଭାରତର ସୀମାକୁ କବଜା କରିବାକୁ ଚେଷ୍ଟା କରୁଛନ୍ତି ପଡ଼ୋଶୀ ପାକିସ୍ତାନ ଓ ଚୀନ । ଏବେ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଉତ୍ତଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସୀମା ବିବାଦର ସମାଧାନ ପାଇଁ ଆଗଭର ହୋଇଛି ଆମେରିକା । ୨ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ବିବାଦ ତୁଟାଇବାକୁ ଆମେରିକା ପ୍ରସ୍ତୁତ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରିଛନ୍ତି ।

ଗତବର୍ଷ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଆଗ୍ରହ ପ୍ରକାଶ କରିଥିଲେ । କହିଥିଲେ ଭାରତ ଓ ପାକିସ୍ତାନ ଚାହିଁଲେ ଆମେରିକା କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବ । ତେବେ, ପରେ ଭାରତ ଟମ୍ପଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲା । ଭାରତ ୨୦୧୯ ଅଗଷ୍ଟ ୫ରେ ସମ୍ବିଧାନରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଦେଇଥିଲା । ଏହାପରେ ପାକିସ୍ତାନ କାଶ୍ମୀର ପାଇଁ ଜାତିସଂଘରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଗୁହାରୀ କରିଥିଲା ।

୨୦୧୯ ସେପ୍ଟେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍, ଟ୍ରମ୍ପଙ୍କୁ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ ନିବେଦନ କରିଥିଲେ । ଟ୍ରମ୍ପ କହିଥିଲେ ଭାରତ-ପାକିସ୍ତାନ ଉଭୟ ଚାହିଁଲେ ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ । କିନ୍ତୁ, ନୂଆଦିଲ୍ଲୀ ଏହାକୁ ଦେଶର ଆଭ୍ୟନ୍ତରୀଣ ମାମଲା କହି ଟାଳିଥିଲା । କିନ୍ତୁ, ଭାରତ ଅଗ୍ରାହ୍ୟ କରିବା ପରେ ଟ୍ରମ୍ପ ପୁଣିଥରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଥିବା କହିଥିଲେ ସୁଦ୍ଧା ଭାରତ ଚାହିଁନଥିଲା ।

ଏବେ, ପୁରୁଣା କଥାକୁ ଭୁଲି ଟ୍ରମ୍ପ ପୁଣି ଥରେ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇଛନ୍ତି । କିନ୍ତୁ, ଏଥର ଭାରତର ପ୍ରତିପକ୍ଷ ପାକିସ୍ତାନ ନୁହେଁ । ଆମେରିକାର ଚୀର ପ୍ରତିଦ୍ୱନ୍ଦ୍ୱୀ ଚୀନ ହେଉଛି ଭାରତର ପ୍ରତିପକ୍ଷ । ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଦୁନିଆରେ ବ୍ୟାପକ ହେବା ପଛରେ ଅଧିକାଂଶ ରାଷ୍ଟ୍ର ଚୀନକୁ ଦାୟୀ କରୁଛନ୍ତି । ଏଥିପାଇଁ ଆମେରିକା ସହ ଚୀନର ସମ୍ପର୍କ ମଧ୍ୟ ଖରାପ ହୋଇପଡ଼ିଛି । ଏଭଳି ସ୍ଥିତିରେ ଚୀନ୍, ଆମେରିକାର ପ୍ରସ୍ତାବକୁ ସ୍ୱୀକାର କରିନପାରେ । ଏପରିକି ଭାରତ ପ୍ରତି କ୍ଷେତ୍ରରେ ଚୀନକୁ ସ୍ୱୟଂ ଶକ୍ତିଶାଳୀ ହୋଇ ଟକ୍କର ଦେଉଥିବାରୁ ଭାରତ ଟ୍ରମ୍ପଙ୍କ ପ୍ରସ୍ତାବକୁ ପୂର୍ବଭଳି ଅଗ୍ରାହ୍ୟ କରିବାର ସମ୍ଭାବନା ରହିଛି ।

ସିକ୍କିମ୍ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: ଉଭୟ ଦେଶର ସେନା ଆହତ

 

Leave a Reply