ପାକିସ୍ତାନୀ ଯୁବତୀଙ୍କ ଦାବି, ଟ୍ରମ୍ପ ମୋ ବାପା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏଭଳି ଏକ ଖବର ଭାଇରାଲ ହେଉଛି ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଖବର ପୁଣି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ । ନିକଟରେ ପାକିସ୍ତାନର ଜଣେ ଯୁବତୀ ଟ୍ରମ୍ପଙ୍କୁ ବାପା ବୋଲି ଦାବି କରିଛନ୍ତି । ଗଣମାଧ୍ୟମର ଖବର ଅନୁସାରେ ଯୁବତୀ ଜଣକ ଟ୍ରମ୍ପକୁ ନିଜ ବାପା ବୋଲି ଦାବି କରିବା ସହିତ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି ।


ଯୁବତୀ ଜଣଙ୍କର ଦାବି ସେ ଡୋନାଲ୍ଡ ଟ୍ରମ୍ପଙ୍କ ନିଜ ସନ୍ତାନ । ଏହା ସହିତ ମୁଁ ମୁସଲମାନ ଏବଂ ଏଠାକୁ ଆସୁଥିବା ଇଂରେଜ ମାନେ ମୋତେ ଦେଖି କୁହନ୍ତି କି, ଏ ଝିଅ ଏଠାରେ କ’ଣ କରୁଛି? ଟ୍ରମ୍ପ ସବୁବେଳେ ମୋ ମା’ଙ୍କୁ କହୁଥିଲେ ତୁମେ ଖୁବ ଯତ୍ନହୀନ । ତୁମେ ମୋ ଝିଅର ଯତ୍ନ ନେଉନାହଁ । ଯେତେବେଳେ ମୋ ବାପା ମା’ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ମୁଁ ସେତେବେଳେ ଖୁବ ଦୁଃଖି ହୋଇ ଯାଇଥିଲି । ଏବେ ମୁଁ ମୋ ବାପାଙ୍କୁ ସାକ୍ଷାତ କରିବାକୁ ଚାହୁଁଛି ।

ସୋସିଆଲ ମିଡିଆରେ ଯୁବତୀଙ୍କ ଭିଡ଼ିଓ ଦେଖି ଲୋକ ଅଟ୍ଟହାସ୍ୟ କରୁଛନ୍ତି ଏବଂ କହୁଛନ୍ତି କି ଏହା କେବଳ ପାକିସ୍ତାନରେ ସମ୍ଭବ ।

ସୂଚନାଯୋଗ୍ୟ ରାଷ୍ଟ୍ରପତି ଟ୍ରମ୍ପ ଏବେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନକୁ ନେଇ ବ୍ୟସ୍ତ ଅଛନ୍ତି ।

Leave a Reply