ଆଜି ଜୋ ବିଡେନଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କର ଜୋରଦାର ଟକ୍କର

1 min read

ଲଣ୍ଡନ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ସହ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କର ଜୋରଦାର ଟକ୍କର ହେଉଛି  । ରାଷ୍ଟପତି ନିର୍ବାଚନ ପାଇଁ ରିପ୍ଲବିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ  ପ୍ରାର୍ଟିର ଜୋ ବିଡେନଙ୍କ ମଧ୍ୟରେ  କଡା ଟକ୍କର । ଅନେକ ରାଜ୍ୟରେ ମତଦାନ ସରିଥିବା ବେଳେ ଏବେ ମେଲ ଇନ ଭୋଟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଭୋଟରେ ଜୋ ବିଡେନ ଆଗରେ ଅଛନ୍ତି । କିନ୍ତୁ ଟ୍ରମ୍ପଙ୍କ ପ୍ରତି ସମର୍ଥନ ବଢ଼ିପାରେ ବୋଲି ଆକଳନ କରାଯାଉଛି । ବିଶେଷ କରି ୮ଟି ରାଜ୍ୟର ଫଳାଫଳ ଶେଷ ମୁହୂର୍ତ୍ତରେ ବଦଳିପାରେ । ଫ୍ଲୋରିଡାରେ ୨୯ଟି ଇଲେକ୍‌ଟ୍ରୋଲ ଭୋଟ ଥିବା ବେଳେ ଜୋ ବିଡେନଙ୍କୁ ୪୮ ପ୍ରତିଶତ ଏବଂ ଟ୍ରମ୍ପଙ୍କୁ ୪୬ ପ୍ରତିଶତ ସମର୍ଥନ ମିଳିଛି  ।

ପେନସିଲଭେନିଆରେ ୨୦ଟି ଭୋଟ ଥିବା ବେଳେ ବିଡେନଙ୍କୁ ୫୦ ପ୍ରତିଶତ, ଟ୍ରମ୍ପଙ୍କୁ ୪୫ ପ୍ରତିଶତ ସମର୍ଥନ ମିଳିଛି । ଓହିଓରେ ୧୮ଟି ଭୋଟ ଥିବା ବେଳେ ବିଡେନଙ୍କୁ ୪୬ ପ୍ରତିଶତ ଓ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ମିଳିଛି । ଏହିଭଳି ୮ଟି ରାଜ୍ୟରେ ବିଡେନ ଓ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ହେଉଛି । ନିର୍ବାଚନ ପୂର୍ବରୁ ଏହାକୁ ଆନୁମାନିକ ଟ୍ରେଣ୍ଡ ବୋଲି କୁହାଯାଉଛି।  ଆମେରିକାର ନିର୍ବାଚନ ସାଉଥ ଏସିଆ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ଭାରତ ଉପରେ ଏହାର କଣ ପ୍ରଭାବ ପଡିବ ? ଡୋନାଲ୍ଡ ଟ୍ରମ୍ପ ଭାରତକୁ ମିତ୍ର ରାଷ୍ଟ୍ର କହୁଥିବା ବେଳେ ଅନେକ ଥର ସମାଲୋଚନା କରିଛନ୍ତି ।

Presidential election banner background. President podium with unknown person on stage and United state of America flag design for US Presidential election 2016. Vector illustration.

ଜୋ ବିଡେନ ଭାରତ ସହ ମିଶି କାମ କରିବେ ବୋଲି ପ୍ରଚାର ବେଳେ କହିଛନ୍ତି । କିନ୍ତୁ ସ୍ଥିତି ବର୍ତ୍ତମାନର ଅନୁସାରେ ଯିଏ ବି ରାଷ୍ଟ୍ରପତି ହେଲେ ମଧ୍ୟ ଭାରତ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ  । ତେବେ ଆମେରିକାରେ ରାଷ୍ଟ୍ରପତି ବଦଳିଲେ ଚୀନ ପାଇଁ ନିହାତି ଭାବେ ଲାଭଦାୟକ ହେବ । ଆମେରିକାର ଭୋଟର ନିଜ କ୍ଷେତ୍ରରେ ଥିବା ଇଲେକ୍‌ଟର୍ସଙ୍କୁ ଚୟନ କରନ୍ତି । ଶେଷରେ ସେହି ଇଲେକ୍‌ଟର୍ସମାନେ ହିଁ ରାଷ୍ଟ୍ରପତିଙ୍କ ପାଇଁ ଭୋଟ ଦିଅନ୍ତି । ଇଲେକଟର୍ସମାନେ ନିଜ ମନ ମୁତାବକ ଭୋଟ ଦେଇଥାନ୍ତି । ସେମାନେ ଚାହିଁଲେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିପାରିବେ । ଏଭଳି କ୍ଷେତ୍ରରେ ଆମେରିକାର ମତଦାତାଙ୍କ ସହ ଇଲେକଟର୍ସଙ୍କ ମତଦାନ ଉପରେ ନଜର ରହିଛି ।

Leave a Reply