ନିର୍ବାଚନ ଜିତିବା ପାଇଁ ଘୋଡ଼ା ଦୌଡ଼, ଡେମୋକ୍ରାଟିକ ପାର୍ଟିର ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାର ଉପ-ରାଷ୍ଟ୍ରପତି ପଦ ପାଇଁ ଟିକେଟ୍‌

ଅନୂଆଦିଲ୍ଲୀ: ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏକ ସର୍ଭେରୁ ଜଣା ପଡ଼ିଛି ପ୍ରବାସୀ ଭାରତୀୟ ମାନେ ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ । ଏହାକୁ ନଜରରେ ରଖି ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଏକ ମାଷ୍ଟର ଷ୍ଟ୍ରୋକ ପଦକ୍ଷେପ ନିଆଯାଇଛି । ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଥିବା ଜୋ ବିଡେନ, ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଟିକେଟ ଦେଇଛନ୍ତି ।

ସେ ହେଉଛନ୍ତି କମଳା ହ୍ୟାରିଶ । ତାଙ୍କ ମା ଜଣେ ଭାରତୀୟ । କମଳା ହ୍ୟାରିଶଙ୍କ ଜନ୍ମ ତାମିଲନାଡୁ ରେ । ହ୍ୟାରିଶଙ୍କ ବାପା ଜଣେ ଆଫ୍ରିକାନ । ଆମେରିକାରେ କମଳାଙ୍କ ପରିଚୟ ଜଣେ ଭାରତୀୟ ଆଫ୍ରିକାନ ଭାବେ ରହିଛି । କମଳା ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିଲେ ଡେମୋକ୍ରାଟିକ ଦଳକୁ ବହୁତ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଛି । କମଳା ବର୍ତମାନ ସିନେଟର ସଦସ୍ୟ ଅଛନ୍ତି ।

କାଲିଫର୍ଣ୍ଣିଆରେ ଆଟର୍ଣ୍ଣି ଜେନେରାଲ ମଧ୍ୟ ଥିଲେ । କିନ୍ତୁ ରାଷ୍ଟ୍ରପତି ପ୍ରାଥୀ ଜୋ ବିଡେନଙ୍କ ସହ କମଳାଙ୍କ ସମ୍ପର୍କ ଠିକ ନାହିଁ ବୋଲି ଜଣାପଡିଛି । କେବଳ ରାଜନୈତିକ ଫାଇଦା ପାଇଁ ଏପରି କରାଯାଉଛି ବୋଲି କୁହାଯାଉଛି । ଯାହାର ଫାଇଦା ନେବା ଆରମ୍ଭ କଲେଣି ଟ୍ରମ୍ପ ସରକାର ।

Leave a Reply