ମୁମ୍ବାଇ ହାମଲାର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ପୁରସ୍କାର ଘୋଷଣା କଲା ଆମେରିକା

1 min read
Mumbai 26/11

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆତଙ୍କୀ ହାମଲାର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ପୁରସ୍କାର ଘୋଷଣା କରିଛି ଆମେରିକା । ଇତିମଧ୍ୟରେ ମୁମ୍ବାଇ ୨୬/୧୧ ଆକ୍ରମଣକୁ ୧୨ ବର୍ଷ ପୁରିଛି । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଲସ୍କର-ଇ-ତୋଏବାର ବରିଷ୍ଠ ସଦସ୍ୟ ସାଜିଦ ମୀର । ତେବେ ସାଜିଦ୍ ମୀର ସମ୍ପର୍କରେ ଯିଏ ସୂଚନା ଦେବ, ଆମେରିକା ତାକୁ ୫ ମିଲିୟନ ଡଲାର ଦେବ ବୋଲି କହିଛି । ଆମେରିକାର ରିୱାର୍ଡ ଫର ଜଷ୍ଟିସ ପ୍ରୋଗ୍ରାମ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏନେଇ ସୂଚନା ଦିଆଯାଇଛି । ୨୦୦୮  ମୁମ୍ବାଇ ଆତଙ୍କୀ ହାମଲାରେ ସାଜିଦ୍ ମୀର୍ ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲା। ଆକ୍ରମଣ ସମୟରେ ସେ ଆତଙ୍କବାଦୀଙ୍କ ସହ କଥା ହେଉଥିଲା। ଏହି ହାମଲାରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Terrorist

ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୧୯ରେ ମୁମ୍ବାଇ ବିସ୍ଫୋରଣର ମାଷ୍ଟ୍ରରମାଇଣ୍ଡ ତଥା ଜମାତ-ଉଦ୍‌-ଦାଓ୍ୱା ମୁଖ୍ୟ ହାଫିଜ୍‌ ସୟୀଦକୁ ଜେଲ୍‌ ଦଣ୍ଡାଦେଶ ହୋଇଛି । ୧୦ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନର ଆଣ୍ଟି ଟେରୋରିଜିମ୍‌ କୋର୍ଟ । ଆତଙ୍କବାଦୀଙ୍କୁ ବେନାମୀ ଫଣ୍ଡିଂ ମାମଲାରେ ହାଫିଜ୍‌କୁ ଏହି ଜେଲ୍‌ ଦଣ୍ଡ ମିଳିଛି ।

ଜାତିସଂଘ ହାଫିଜ୍‌ ସୟୀଦକୁ ଆତଙ୍କବାଦୀ ଘୋଷଣା କରିସାରିଥିବା ବେଳେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତା’ଉପରେ ୧୦ ମିଲିୟନ ଡଲାର ରାଶି ଘୋଷଣା କରିଛି । ଆତଙ୍କବାଦର ଭୁ-ସର୍ଗ ପାଲଟିଥିବା ପାକିସ୍ତାନରେ ରହି ହାଫିଜ୍‌ ସୟୀଦ ତାର ଆତଙ୍କବାଦୀ ନେଟଓ୍ୱାର୍କ ଚଳାଇଥିଲା । ଭାରତ ସରକାରଙ୍କ ଆତଙ୍କବାଦୀ ତାଲିକାର ମୋଷ୍ଟ ଓ୍ୱାଣ୍ଟେଡ୍‌ରେ ରହିଛି ଜମାତ-ଉଦ-ଦାଓ୍ୱା ମୁଖ୍ୟ ହାଫିଜ ସୟୀଦ ।

Leave a Reply