ହସ୍ପିଟାଲ୍ ଆସୁଥିଲେ ସ୍ୱାମୀ-ସ୍ତ୍ରୀ, ରାସ୍ତାରେ ଧକ୍କାଦେଲା ଆମ୍ୱୁଲାନ୍ସ

1 min read

ନବରଙ୍ଗପୁର : ସ୍ତ୍ରୀଙ୍କର ଦେହ ଖରାପ ଥିଲା, ବାଇକରେ ବସାଇ ସକାଳୁ ସକାଳୁ ତାଙ୍କୁ ହସ୍ପିଟାଲ ଆଣୁଥିଲେ । ସେପଟେ ଆଉଜଣେ ପ୍ରସୂତିଙ୍କର ଜୀବନ ବଞ୍ଚାଇବାକୁ ଖୁବ୍ ଜୋରରେ ସେହି ହସ୍ପିଟାଲକୁ ଆସୁଥିଲା ଆମ୍ବୁଲାନ୍ସ । ବାଇକରେ ଥିଲେ ମହିଳା, ଆମ୍ବୁଲାନ୍ସରେ ବି ଥିଲେ ପ୍ରସୂତି । ବାଟରେ ଏଭଳି ଏକ ଘଟଣା ଘଟିଲା ଜଣେ ହସ୍ପିଟାଲ ପହଞ୍ଚିଲେ ଜୀବିତ ଅବସ୍ଥାରେ ଆଉ ଜଣେ ହସ୍ପିଟାଲ ପହଞ୍ଚିଲେ ସତ କିନ୍ତୁ ଜୀବନ ନଥିଲା ।

ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ଆଜି ସକାଳେ କୋଶାଗୁମୁଡା ବ୍ଲକର ଳିମ୍ବଭଟା ଗାଁର ପ୍ରେମଚନ୍ଦ୍ର ସରାବୁ ସ୍ତ୍ରୀ ଇନ୍ଦୁମତୀ ସରାବୁଙ୍କୁ ନିଜ ମୋଟର ସାଇକଲରେ ନବରଙ୍ଗପୁର ନେଉଥିଲେ । ଅନ୍ୟପଟେ ଜଣେ ପ୍ରସୂତିଙ୍କୁ ନେଇ ୧୦୮  ଆମ୍ବୁଲାନ୍ସ ଆସଙ୍ଗା ମେଡିକାଲକୁ ଯାଉଥିଲା । ଠିକ୍ ପୂଜାରୀଗୁଡ଼ା ଛକ ନିକଟରେ ସାମ୍ନା ସାମନି ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ହସ୍ପିଟାଲରେ ପହଞ୍ଚିବା ବେଳକୁ ଇନ୍ଦୁମତିଙ୍କର ଆଉ ଜୀବନ ନଥିବା କହିଥିଲେ ଡାକ୍ତର ।

ଆମ୍ୱୁଲାନ୍ସ ସହ ଡ୍ରାଇଭର ନବରଙ୍ଗପୁର ଥାନାରେ ଅଛନ୍ତି । ତେବେ ଦୁର୍ଘଟଣାରେ ଇନ୍ଦୁମତିଙ୍କର ମୃତ୍ୟୁ ପରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ କହୁଛନ୍ତି ମାରିଦେଲା ଆମ୍ୱୁଲାନ୍ସ ।

Leave a Reply