ଆକାଶର ହୋଇଥାନ୍ତା ଡେଷ୍ଟିନେସନ ଓ୍ୱେଡିଂ, ରେଟ ଜାଣିଲେ ମୁଣ୍ଡ ବୁଲାଇବ

ଭୁବନେଶ୍ୱର: ବର କନ୍ୟା ବାହାଘର ପାଇଁ ଥିଲେ ତୟାର । ଆଉ କିଛି ଦିନ ପରେ ବାଜିଥାନ୍ତା ସାହନାଇ । ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ପରେ ପଡ଼ିଥାନ୍ତା ହାତଗଣ୍ଠି । ରାଜକୀୟ ଢ଼ଙ୍ଗରେ ହୋଇଥାନ୍ତା ଗ୍ରାଣ୍ଡ୍‌ ମ୍ୟାରେଜ୍‌ । ଆଉ ଏଥି ପାଇଁ ଇନଭିଟେସନ କାର୍ଡ ଠାରୁ ଆରମ୍ଭ କରି ହୋଟେଲ ବୁକ୍‌, ସବୁ କାମ ସରିଥିଲା । ଆସିଥାନ୍ତେ ୧୮୦ ରୁ ଅଧିକ ବଛା ବଛା ବଡ଼ବଡ଼ିଆ । ହୋଇଥାନ୍ତା ଡେଷ୍ଟିନେସନ ୱେଡିଙ୍ଗ୍‌ । ଏଥିପାଇଁ  ପାଇଁ ପ୍ରସ୍ତୁତ ହେଉଥିଲା ମୁମ୍ବାଇ ତାଜ ପ୍ୟାଲେସ ଓ ଉଦୟପୁର ତାଜ ଲେକ ପ୍ୟାଲେସ ର ସେଲିବ୍ରିଟି ୱେଡିଙ୍ଗ କନଭେନସନ । ଠକ ଅଭୟ ପାଠକ କଳା ଧନକୁ ପାଣିଭଳି ଲୁଟାଇଥାନ୍ତେ ତାଙ୍କ ପୁଅ ଆକାଶ ପାଠକଙ୍କ ବାହାଘରରେ । ବାହା ହୋଇଥାନ୍ତେ ସମସ୍ତଙ୍କୁ ଭୂଆଁ ବୁଲାଉଥିବା ଆକାଶ ପାଠକ ।

ତେବେ ଏହି ହୋଟେଲ ର ଦାମ ଜାଣିଲେ ଆପଣଙ୍କ ନିଦ ହଜିଯିବ । ମୁମ୍ବାଇ ତାଜ ପ୍ୟାଲେସ ହୋଟେଲ ସମ୍ପର୍କରେ ଆସନ୍ତୁ ଜାଣିବା । ଏହି ହୋଟେଲ ରେ ବାହାଘର ପାଇଁ ଦିନକୁ ଦେବାକୁ ହେବ ୮ରୁ ୧୧ ଲକ୍ଷ ଟଙ୍କା । କରୋନା ପାଇଁ ଏବେ ୫୦ ରୁ ୭୦ ଜଣଙ୍କ ମଧ୍ୟରେ ବାହାଘର ଅନୁମତି ଥିବା ବେଳେ ଭେଜ ପ୍ଲେଟ ପାଇଁ ପାଖାପାଖି ୭୫୦୦ ଓ ନନଭେଜ ପ୍ଲେଟ ପାଇଁ ମୁଣ୍ଡପିଛା ଖର୍ଚ୍ଚ କରିବାକୁ ପଡିବ ୧୩ ହଜାର ଟଙ୍କା । ୧୧ ଲକ୍ଷ ଟଙ୍କା ବାଦ ଏହି ଟଙ୍କା ଦେବାକୁ ପଡିବ । ସେହିପରି ଗ୍ରୁମ ଓ ବ୍ରାଇଡ଼ ରୁମ ର ଦାମ ୮୦ ହଜାର ଟଙ୍କା ରହିଛି । ଏସବୁ ବାଦ ୧୮ ପ୍ରତିଶତ ଜିଏସ୍ଟି ମଧ୍ୟ ଲାଗୁହେବ ।

ସେହିପରି ଉଦୟପୁର ତାଜ ପ୍ୟାଲେସ ର ଦାମ ଶୁଣିଲେ ମଧ୍ୟ ହୋସ ଉଡିଯିବ । ଏଠାରେ ଦିନକ ପାଇଁ ଇଭେଣ୍ଟର ଦାମ ରହିଛି ସର୍ବନିମ୍ନ ୭ ଲକ୍ଷ ଟଙ୍କା । କରୋନା ପାଇଁ ଏଠାରେ ମଧ୍ୟ ଏବେ ୧୦୦ ଲୋକଙ୍କ ଯୋଗଦାନ ପାଇଁ ବ୍ୟବସ୍ଥା ରହିଛି । ଲଞ୍ଚ କିମ୍ବା ଡିନର ପ୍ଲେଟ ର ଦାମ ରହିଛି ୮ ରୁ ୧୦ ହଜାର ଟଙ୍କା । ଜିଏସ୍ଟି ବାଦ ହୋଟେଲ ମେଣ୍ଟେନାନ୍ସ ଚାର୍ଜ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡିବ ।

କିନ୍ତୁ ଅନ୍ୟର ଖୁସିକୁ ଲୁଟିଥିବା ଠକ ଅଭୟ ପାଠକଙ୍କ ଉପରେ ଲାଗିଲାଥିଲା କଳା ନଜର । ବାହାଘରକୁ ନେଇ ସବୁ ଖୁସିର ପସର ଫାଟିଲା । ଭିଜିଲାନ୍ସର ଚଢ଼ାଉ ପରେ ବାହାରିଥିଲା ଅଭୟଙ୍କ କଳା କାରନାମା ସାମ୍ରାଜ୍ୟର ଚିଠା । ଲମ୍ଭିଥିଳା ଅମାପ କଳା ଧନର ତାଲିକା । ହିସାବ କରି କରି ହାଲିଆ ହୋଇଥିଲା ଭିଜିଲାନ୍ସ ।

Leave a Reply