ରାଜ୍ୟର ଜିଏସଟି ଦାବି ଉଠାଇଲେ ଅମର ପଟ୍ଟନାୟକ, ନିର୍ମଳାଙ୍କୁ ଦେଖା ହୋଇ ଜଣାଇଲେ ପ୍ରବାସୀ ଶ୍ରମିକଙ୍କ ଦୁଃଖ…

1 min read

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଭେଟିଛନ୍ତି । GSTକୁ ନେଇ ବାକିଥିବା ଅର୍ଥ ମିଳିବା ଉପରେ ଆଲୋଚନା ହୋଇଛି । ସେହିଭଳି କରୋନା ପ୍ରଭାବରେ ରାଜ୍ୟରେ ହୋଟେଲ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ତେବେ ସାକ୍ଷାତ ସମ୍ପର୍କରେ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ସଂସଦରେ ସମୟ ଅଭାବ ହେତୁ ଏହି ପ୍ରସଙ୍ଗ ଉଠିପାରିନଥିଲା ।

ତେଣୁ ବାଧ୍ୟ ଅର୍ଥମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସାକ୍ଷାତକାର କରିବାକୁ ନିଷ୍ପତ୍ତି ନେଇଥିଲି । ସାକ୍ଷାତକାରରେ ପ୍ରମୁଖ ଭାବେ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା କରିଛି । ପ୍ରଥମଟି ହେଉଛି ଜିଏସଟି । ଜିଏସଟି ବାବଦକୁ ରାଜ୍ୟ ୨୦୧୮-୧୯ ବର୍ଷର ୪୫୬ କୋଟି ଟଙ୍କାର ରାଶି ବକେୟା ଫେରିପାଇବାକୁ ଥିବା ବେଳେ ଏପ୍ରିଲରୁ ଜୁନ ମଧ୍ୟରେ ୩୭୦୦ କୋଟି ଟଙ୍କା କେନ୍ଦ୍ର ପାଖରେ ବକେୟା ରହିଛି । ଏଣୁ ଏରାଶି ରାଜ୍ୟ କେବେ ଫେରିପାଇବ ସେ ନେଇ ଅଲୋଚନା ହୋଇଥିଲା । ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ରାଜ୍ୟ ଲେଖିଥିବା ସମସ୍ୟା ମଧ୍ୟରୁ ଅନେକ କଥା ଧାର୍ଯ୍ୟ ଓ ଆଲୋଚନାଯୋଗ୍ୟ ।

ତେବେ ଜିଏସଟି କାଉନସିଲ ବୈଠକରେ ଆଲୋଚନା ହେବା ପରେ ହିଁ ଏନେଇ କିଛି ଚୁଡ଼ାନ୍ତ ନିଷ୍ପତ୍ତି ନେଇହେବ । ଏଣୁ ଏହି ଘଟଣାକୁ ଡିଏସଟି କାଉନସିଲରେ ଉପସ୍ଥାପିତ କରାଯିବ । ଏହାପରେ ସାଂସଦ ଅମର ପଟ୍ଟନାୟକ ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାହା ଥିଲା ହୋଟେଲ ଶିଳ୍ପ ଓ ଶ୍ରମିକଙ୍କୁ ନେଇ ଥିବା ସମସ୍ୟା । ସାଂସଦଙ୍କ କହିବା ଅନୁଯାୟୀ, ସେ ରାଜ୍ୟର ହୋଟେଲ ଶିଳ୍ପ ସମ୍ୱନ୍ଧୀତ ଅନେକ ସଙ୍ଗଠନ ଓ ଶ୍ରମିକ ସଙ୍ଗଠନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୋରାଟୋରିୟମ ସମୟ ସୀମାକୁ ନେଇ ସଙ୍ଗଠନଗୁଡ଼ିକର ସମସ୍ୟା ରହିଛି ।

ମୋରାଟୋରିୟମ ପରିୟଡକୁ ଆହୁରି ୨ ବର୍ଷ ବଢାଇପାରିଲେ ହୋଟେଲ ଶିଳ୍ପ ଓ ରିଏଲଷ୍ଟେଟ ଶିଳ୍ପ ସ୍ୱାଭାବିକ ଭାବେ ପରିଚାଳିତ ହୋଇପାରିବ । ଏସମ୍ୱନ୍ଧରେ ଅର୍ଥମନ୍ତ୍ରୀ ବିଚାର କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।  ଏହାବ୍ୟତୀତ ସେ ଅନ୍ୟ ଏଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଅର୍ଥମନ୍ତ୍ରୀଙ୍କୁ ସେ ଏକ ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ମନ୍ତ୍ରାଳୟ ଗଠନ ସମୟରେ ପ୍ରସ୍ତାବ ରଖିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply