IPL ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମା କହିଲେ କାହା ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଭଲ ଲାଗେ

1 min read

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ ମ୍ୟାଚ୍‌ । କରୋନା କଟକଣାକୁ ଦୃଷ୍ଟିରେ ରଖି ବିଦେଶରେ ଖେଳାଯିବ ଏହି ମ୍ୟାଚ । ଦୁବାଇରେ ଜମିବ ଫଟାଫଟ ଟ-୨୦ର ଆସର । ତେବେ ଉଦଘାଟନୀ ମ୍ୟାଚରେ ଆମ୍ନାସାମ୍ନା ହେବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଶକ୍ତ ଦାବିଦାର ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚ୍ ଶନିବାର ଦିନ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବ । ଏଇ ଭିତରେ କିଛି ରୋମାଞ୍ଚକର କଥା ସମ୍ନାକୁ ଆସିଛି । ତେବେ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଅଧିନାୟକ ରୋହିତ କହିଛନ୍ତି ଯେ ସେ କେଉଁ ଦଳ ସହିତ ଖେଳିବାକୁ ଅଧିକ ପସନ୍ଦ କରନ୍ତି । କାହା ସହ ଖେଳିବାରେ ଅଧିକ ମଜା ଆସେ ।

ରୋହିତ କହିଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ବିପକ୍ଷରେ ଖେଳିବାକୁ ପସନ୍ଦ କରନ୍ତି । ଆଇପିଏଲର ଶେଷ ସିଜନରେ ଏହି ଦୁଇ ଦଳ ମଧ୍ୟରେ ହୋଇଥିଲା ଫାଇନାଲ ମ୍ୟାଚ୍‌ । ଯେଉଁଥିରେ ମୁମ୍ବାଇ ଚତୁର୍ଥ ଥର ପାଇଁ ଟ୍ରଫି ହାତେଇଥିଲା ।

ରୋହିତ କହିଛନ୍ତି ଧୋନିଙ୍କ ବିପକ୍ଷରେ ମ୍ୟାଚ ଖେଳିବା ସର୍ବଦା ମଜାଦାର ଅଟେ ବୋଲି ମୁମ୍ବାଇ ଇଣ୍ଡିଆନ୍ସର ଟୁଇଟର ପେଜରେ କହିଛନ୍ତି । ସେମାନେ ଏହି ମ୍ୟାଚରେ ଲଢ଼େଇକୁ ବହୁତ ଉପଭୋଗ କରନ୍ତି ବୋଲି ସେ କହିଛନ୍ତି । ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ଏହା ଦୁଇ ଦଳ ମଧ୍ୟରେ ଏକ ପ୍ରତିଯୋଗିତା । ଯେଉଁମାନେ ଅଧିକ ପସନ୍ଦ କରନ୍ତି । ହାର୍ଦ୍ଦିକ କହିଛନ୍ତି, ଏହି ଦୁଇ ଦଳର ମ୍ୟାଚକୁ ଲୋକମାନେ ଅପେକ୍ଷା କରିଥାନ୍ତି ଦେଖିବା ପାଇଁ । ଲୋକେ ଏହି ମ୍ୟାଚ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି ।

Leave a Reply