ଡ୍ରାଗନ ବିରୋଧରେ ଚକ୍ରବ୍ୟୁହ: ଏକାଠି ହେବେ ଭାରତ, ଋଷ ଓ ଜାପାନ

1 min read

ନୂଆଦିଲ୍ଲୀ: ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ କୂଟନୈତିକ ମୋର୍ଚ୍ଚାରେ ଚୀନକୁ ଘେରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଋଷ ସହ ମିଶି ଭାରତ ଏକ ତ୍ରୀପାକ୍ଷିକ ମେଣ୍ଟ କରିବାକୁ ଯାଉଛି । ଯେଉଁଥିରେ ଜାପାନକୁ ମଧ୍ୟ ସାମିଲ କରିବା ପାଇଁ ଭାରତ ଉଦ୍ୟମ କରୁଛି ।

 

ଚୀନକୁ ଘେରିବା ପାଇଁ ରଣନୀତି !


ଗତ କିଛି ବର୍ଷ ମଧ୍ୟରେ ଚୀନ ଓ ଋଷ ମଧ୍ୟରେ ସଂପର୍କ ବୃଦ୍ଧି ପାଇଛି । କିନ୍ତୁ ଭାରତ ସହ ଋଷର ସଂପର୍କ ଅଧିକ ମଜବୁତ । ଋଷ ଓ ଭାରତ ପରସ୍ପରକୁ ଭରସାଯୋଗ୍ୟ ମିତ୍ର ଭାବେ ଗ୍ରହଣ କରନ୍ତି ।  ଗତ ସପ୍ତାହରେ ଭାରତ ଓ ଋଷ ମଧ୍ୟରେ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଜାପାନକୁ ସାଙ୍ଗରେ ନେଇ ଏକ ତ୍ରିପକ୍ଷୀୟ ମେଣ୍ଟ ଗଠନ ଉପରେ ଆଲୋଚନା ହୋଇଥିଲା । ଭାରତ ମାନେ ଯେ, ଇଣ୍ଡୋ ପେସିଫିକ୍ ଅଂଚଳ ମୁକ୍ତ ଓ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ।

 

ଋଷର ଚିନ୍ତାକୁ ଦୂରକଲା ଭାରତ

ଭାରତ ଏହି ମେଣ୍ଟକୁ ନେଇ ଋଷର କିଛି ଚିନ୍ତାକୁ ଦୂର କରିଛି । ନୂଆଦିଲ୍ଲୀର ଆଶା ଯେ, ଋଷ ଏହି ମେଣ୍ଟରେ ସାମିଲ ହେବ । ବିଦେଶ ସଚିବ ହର୍ଷ ଶ୍ରୁଙ୍ଗଲା ଅଗଷ୍ଟ ୪ ତାରିଖ ଦିନ ଋଷ ଉପ ବୈଦେଶିକ ଇଗୋର ମୋରଗୁୋଭଙ୍କ ସହ ଏହି ମେଣ୍ଟ କେମିତି ହେବ ଓ ଏହାର ଲକ୍ଷ୍ୟ କ’ଣ ହେବ ତାକୁ ନେଇ ଆଲୋଚନା କରିଥଲେ ।

ଚୀନ ବିରୋଧରେ ଋଷ ମେଣ୍ଟ କରିବ କି ?

ଋଷ ଓ ଚୀନ ମଧ୍ୟରେ ଏବେ ଭଲ ସଂପର୍କ ଅଛି । କିନ୍ତୁ ଭାରତ ସହ ଋଷର ସଂପର୍କ ଯେମିତି ମଜବୁତ ଚୀନ ସହ ସଂପର୍କ ସେତିକି ଶକ୍ତ ନୁହେଁ । ଏହାର ଐତିହାସିକ କାରଣ ମଧ୍ୟ ରହିଛି । ସୋଭିଏତ ସଂଘ ସମୟରେ ଚୀନରେ କମ୍ୟୁନିଷ୍ଟ ସରକାର ଥିଲେ ମଧ୍ୟ ଦୁଇ ଦେଶଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇ ପଡିଥିଲ । ମାଓଙ୍କ କମ୍ୟୁନିଜମକୁ ଋଷ ସନ୍ଦେହ ଦୃଷ୍ଟିରେ ଦେଖୁଥିବା ବେଳେ ମାଓ ସେ ତୁଙ୍ଗ୍ ମଧ୍ୟ ଋଷକୁ ବିଶ୍ୱାସ କରୁନଥିଲେ । ୧୯୬୦ ଦଶକ ପରଠାରୁ ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା ।

ଏବେ ନିକଟରେ ଲଦାଖକୁ ନେଇ ଭାରତ ସହ ଚୀନ ସେନା ମୁହାଁମୁହିଁ ହେବା ପରେ ଋଷ ଡ୍ରାଗନକୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଦେବାକୁ ମନା କରିଦେଇଥିଲା । ଯଦିଓ ବହୁ ଆଗରୁ ଋଷ ଏନେଇ ଚୀନ୍ ସହ ଚୁକ୍ତି କରିଥିଲା । ଏସ-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ ଦେବାକୁ ଋଷର ଅଗ୍ରାହ୍ୟ ପରେ ଚୀନର ସରକାର ନିୟନ୍ତ୍ରିତ ମିଡିଆ ଏଥିପାଇଁ ନାମ ନନେଇ ଭାରତକୁ ଦାୟୀ କରିଥିଲା । ଅନ୍ୟଗୋଟିଏ ଦେଶ ପାଇଁ ଋଷ ଏଭଳି ନିଷ୍ପତି ନେଇଛି ବୋଲି ସେତେବେଳ ଚୀନ୍ ମିଡିଆ ଦାବି କରିଥିଲା ।

Leave a Reply