୧୫ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି କରିଦେଇଥିବା ଅଭିଯୋଗ

ସମ୍ବଲପୁର: ନିଜ ଜନ୍ମିତ ଶିଶୁକୁ ବାପା ମା ଟେକିଦେଲେ ଅନ୍ୟ ହାତକୁ । ୧୫ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ । ସମ୍ବଲପୁର ଜିଲା ରେଢ଼ାଖୋଲରେ ମାସେ  ୭ଦିନର ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଆର୍ଥିକ ଅନାଟନ ଯୋଗୁ ଶିଶୁ କନ୍ୟାକୁ ବିକ୍ରୀ କରିଥିବା ଜଣାପଡିଛି । ଚାରମାଳ ଥାନା କେଉଁଟି ବହାଲୀ ଗାଁ ର ଦମ୍ପତି ଶିଶୁକନ୍ୟାକୁ ୧୫ ହଜାର ଟଙ୍କାରେ ରେଢ଼ାଖୋଲର କୁଶାବହାଲୀ ଗାଁରେ ବିକ୍ରି କରିଛନ୍ତି । ଚାରମାଳ ଚାଇଲଡଲାଇନ ଖବର ପାଇ ଶିଶୁକନ୍ୟାକୁ ଉଦ୍ଧାର କରିଛି  । ଚାଇଲଡ଼ ଲାଇନ ପକ୍ଷରୁ ଚାରମାଳ ଥାନା ରେ ଏତଲା ଦିଆଯାଇଛି ।

ଗତକାଲି ବିଳମ୍ୱିତ ରାତିରେ ପୁଲିସ ଓ ଚାଇଲଡ୍‌ଲାଇନ୍‌ କର୍ମକର୍ତ୍ତାମାନେ କୁଷାପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଚାଲିଛି। ପରେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯିବ ବୋଲି ଚାଇଲଡ ଲାଇନ ସଦସ୍ୟ କହିଛନ୍ତି । ସେପଟେ କନ୍ୟାଶିଶୁ କିଣିଥିବା ଦମ୍ପତି କହିଛନ୍ତି, ଆମର କୌଣସି ସନ୍ତାନ ନଥିବାରୁ ଶିଶୁକୁ ଆଣିଥିଲୁ। ଶିଶୁକୁ ପୋଷ୍ୟ ସନ୍ତାନ ଭାବରେ ରଖିବୁ। ସେଥିପାଇଁ ରେଢାଖୋଲ କୋର୍ଟରେ ଆପିଡେବିଟ କରିଛୁ ବୋଲି କହିଛନ୍ତି ଦମ୍ପତି।

Leave a Reply