ଧୋକା ଦେଲା ବୋଲି….

1 min read

ଲିଫ୍ଟ ଦେଇ କାର ଭିତରେ ଯୁବତୀଙ୍କୁ ଦୁଷ୍କର୍ମ । ଜୟପାଟଣା ଥାନାରେ ହୋଇଛି ଏଭଳି ଅଭିଯୋଗ । ଘଟଣାନୁଯାୟୀ ଥୁଆମୂଳ ରାମପୁର ଅଞ୍ଚଳର ଜନୈକ ଯୁବତୀ ଭୁବନେଶ୍ୱରରୁ ଦଶହରା ଛୁଟିରେ ଘରକୁ ଫେରୁଥିବା ବେଳେ ଲିଫ୍ଟ ଦେଇଥିଲେ ସୁଶାନ୍ତ ନାଏକ । ଲିଫ୍ଟ ଦେଇ ତାଙ୍କ ସହ ଦୁଷ୍ମର୍ମ କରିଥିବା ନେଇ ଗଣମାଧ୍ୟମକୁ କହିଛନ୍ତି ପୀଡ଼ିତା । ଫୋଟୋ ଭାଇରାଲ ପରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ । ଏ ନେଇ ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି । କିନ୍ତୁ ଏନେଇ ଅଭିଯୁକ୍ତଙ୍କ ବୟାନ ସମସ୍ତଙ୍କୁ ତାଜୁବ କରିଛି । ଯୁବକଙ୍କ କହିବାନୁଯାୟୀ ଉଭୟ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । ଯୁବତୀଙ୍କ ଏଭଳି ଅଭିଯୋଗ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯୁବକ । ଅଚିହ୍ନା ଯୁବକଙ୍କ ସହ ଲିପ୍ଟ ନେଇ ଯିବା ଏବଂ ଫଟୋ ଉଠାଇବାକୁ ନେଇ ଅନୁମତି ଦେବା ପରେ ଯୁବତୀଙ୍କ ଅଭିଯୋଗ ନେଇ ସନ୍ଦେହ ଉପୁଜିଛି । ପ୍ରେମ ଓ ପ୍ରତାରଣା ଯୋଗୁଁ ଯୁବତୀ ଏଭଳି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ । ')}

Leave a Reply