ତାଲିମ୍ କେନ୍ଦ୍ରରେ ନିଲାମ ହେଉଛି ଭିନ୍ନକ୍ଷମଙ୍କ ଇଜ୍ଜତ

Allegation Of Sex Racket Operated In All Odisha Orthopaedically Handicapped Welfare Association

ଭୁବନେଶ୍ୱର: ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ । ଭିନ୍ନକ୍ଷମ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ତାଲିମ୍ କେନ୍ଦ୍ରର ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବା ପାଇଁ ସଂସ୍ଥାର ମୁଖ୍ୟ ଏଭଳି କାଣ୍ଡ କରୁଥିବା ଭିଡିଓ ଭାଇରାଲ ହୋଇଛି । ଥାନାରେ ମାମଲା ରୁଜୁ ପରେ ସଂସ୍ଥାର ମୁଖ୍ୟ ଫେରାର ହୋଇଯାଇଛନ୍ତି ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ଭୁବନେଶ୍ବର ପଳାସପଲ୍ଲୀଠାରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପ୍ୟୁଟର, ସିଲେଇ ଏବଂ ବିୟୁଟି ପାର୍ଲର ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଛି । କିନ୍ତୁ ସଂସ୍ଥାର ମୁଖ୍ୟ ସରକାରୀ ଅର୍ଥ ହଡ଼ପ କରିବା ସହ କାର୍ଯ୍ୟ ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବାକୁ କଲର୍ଗାଲ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଜଣେ ଯୁବତୀଙ୍କୁ ଏକ କୋଠରୀରେ ଛାଡ଼ିବା ପରେ ଦଲାଲ ଜଣକ ବାହାର ପଟୁ ତାଲା ପକାଇ ଫେରି ଆସୁଛି । ଭିଡିଓରେ କିଛି ଅଶ୍ଲୀଳ କଥାବାର୍ତ୍ତା ମଧ୍ୟା ରହିଛି । ସଂସ୍ଥାର ସମ୍ପାଦକ ନିଜେ ମଧ୍ୟ କିଛି ଇଙ୍ଗିତ କରୁଥିବା ଭିଡିଓରେ ଦେଖାଯାଉଛି ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ଯୁବତୀଙ୍କ ଅଭିଯୋଗ ଅନୁସାରେ ଏଠାରେ ବାହାରୁ ଯୁବତୀମାନଙ୍କୁ ଅଣାଯାଇ ଅଫିସରମାନଙ୍କୁ ଖୁସି କରାଯାଏ । ଯଦି କେହି ନ ମିଳନ୍ତି ତେବେ ଟ୍ରେନିଂ ନେଉଥିବା ଭିନ୍ନକ୍ଷମ ଯୁବତୀ ନହେଲେ ଅଫିସରେ କାମ କରୁଥିବା ଯୁବତୀଙ୍କୁ ରାତି କାଟିବାକୁ ବାଧ୍ୟ କରାଯାଏ । ଭିଡିଓ ନେଇ ଆମେ ସମ୍ପୃକ୍ତ ବାବୁଙ୍କ ସହ ଯୋଗାଯୋଗ କରିଥିଲୁ ।

Allegation Of Sex Racket Operated In All Odisha Orthopaedically Handicapped Welfare Association

ସେ ଏସବୁ ବିଷୟରେ ଜାଣିନଥିବା କହିଛନ୍ତି । ଭାଇରାଲ୍ ଭିଡିଓରେ ଥିବା ଯୁବତୀଙ୍କ ବିଷୟରେ ସେ ଜାଣିନଥିବା କହିଛନ୍ତି । ଏୟାରଫିଲ୍ଡ ଥାନାରେ ଏନେଇ ମାମଲା ଦାଏର ହୋଇଛି । ସେବେଠୁ ସମ୍ପୃକ୍ତ ସମ୍ପାଦକ ଫେରାର୍ ଥିବା ଜଣାପଡ଼ିଛି । ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କଲେ ଅନେକ ବଡ଼ ବଡ଼ ବାବୁଙ୍କ ମୁଖା ଖୋଲିଯିବାର ସମ୍ଭାବନା ରହିଛି ।

Leave a Reply