COVID-19 ପୋର୍ଟାଲରେ ନାମ ପଞ୍ଜିକୃତ କରିନଥିବା ଅଭିଯୋଗ: ମାମଲା ରୁଜୁ କଲା ପୋଲିସ

1 min read

ସମ୍ୱଲପୁର:  କରୋନା ମୁକାବିଲା ନେଇ ବିଦେଶାଗତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ମାନିନଥିବା ନେଇ ଅଭିଯୋଗ । ଉଜ୍‌ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି COVID-19 ପୋର୍ଟଲରେ ନିଜ ନାମକୁ ପଞ୍ଜିକୃତ ନକରାଇବା ସହ କ୍ୱାରେଣ୍ଟଟାଇନ୍‌ରେ ନରହିବ ପରିବାର ସଦସ୍ୟ ତଥା ଅନ୍ୟମାନଙ୍କ ସହ ମିଳାମିଶା କରୁଥିବା ନେଇ ଅଭିଯୋଗ । ପ୍ରଥାମିକ ତଦନ୍ତ ପରେ ନିଜ ଆଡୁ ମାମଲା ରୁଜୁ କରିଛଇ ଧନୁପାଲ୍ଲୀ ପୋଲିସ  । ସମ୍ପୃକ୍ତବ୍ୟକ୍ତିଙ୍କ ପରୀକ୍ଷା କରାଯିବା ପରେ କ୍ୱାରେଣ୍ଟଟାଇନ୍‌ରେ ରଖାଯାଇଛି ।

କରୋନା ପ୍ରଭାବ: ବିଦେଶ ଫେରନ୍ତା ନାମ ପଞ୍ଜିକରଣ କଲେ ମିଳିବ ୧୫ହଜାର ଟଙ୍କା

ସୂଚନା ଯୋଗ୍ୟ ଯେ, ଭୟଙ୍କର ଭାଇରସ କରୋନା ମୁକାବିଲା ନେଇ ରାଜ୍ୟ ସରକାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟତଃ ବିଦେଶରୁ ଆସୁଥିବା ଲୋକଙ୍କୁ COVID-19 ପୋର୍ଟାଲ ବା ୧୦୪ ଟୋଲ ଫ୍ରି ନମ୍ୱରରେ କଲ୍‌ କରି ନିଜ ନାମ ପଞ୍ଜିକୃତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟଟାଇନ୍‌ ବା ପୃଥକବାସରେ ରହିବାକୁ କୁହାଯାଇଛି । ଯାହା ଦ୍ୱାରା ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କଠାରେ ଯଦି ଏହି ଭାଇରସ ରହିଥାଏ ତାହା ଅନ୍ୟ କାହାକୁ ସଂକ୍ରମିତ କରିବନାହିଁ ।  କିନ୍ତୁ  କିଛି  ଲୋକଙ୍କ ଖାମଖିଆଲ ମନୋଭାବ  ଯୋଗୁଁ  ଅନ୍ୟ   ଲୋକଙ୍କ  ପାଇଁ  ବିପଦ ସୃଷ୍ଟି ହୋଇଛି । ଯାହାର ସଦସ୍ୟତ ଉଦାହରଣ ସମ୍ୱଲପୁରରେ ଦେଖିବାକୁ ମିଳିଛି ।

Leave a Reply