ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପରେ ସୂର୍ଯ୍ୟ ଚନ୍ଦ୍ରକୁ ସେବାୟତଙ୍କ ଘରକୁ ନିଆଯାଉଥିବା ଅଭିଯୋଗ

Allegation Of Nagarjun Besa Chanda Stolen In Puri Jagannath Temple

ପୁରୀ: ଶ୍ରୀଜିଉଙ୍କ ନାଗାର୍ଜୁନ ବେଶକୁ ନେଇ ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ନିଷ୍ପତ୍ତିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ । ଦୀର୍ଘବର୍ଷର ଅପେକ୍ଷା ପରେ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହୋଇଥିଲା ନାଗାର୍ଜୁନ ବେଶ । କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ତେଣୁ ବେଶ ପରେ ମଇଲମ ହେବା ପରେ ଏହାକୁ ମ୍ୟୁଜିୟମରେ ଭକ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।

Allegation Of Nagarjun Besa Chanda Stolen In Puri Jagannath Temple

ତେବେ ନାଗାର୍ଜୁ ବେଶର କିଛି ଅଂଶ ଚନ୍ଦ୍ରକୁ ଜଣେ ବରିଷ୍ଠ ସେବାୟତଙ୍କ ପାଇଁ ଶ୍ରୀମନ୍ଦିରର ଜଣେ କର୍ମଚାରୀ ନେଇଥିବା ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ନିର୍ମାଣ କରିଥିଲେ ସେବକ ବଳରାମ ଖୁଣ୍ଟିଆ । ତେଣୁ ବେଶ ପାଇବାର ସେ ହକଦାର । ତେବେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତ ତଥା ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ଏହି ବେଶକୁ ନେଇନଥିଲେ । ଏହାସତ୍ତ୍ୱେ କାହା ନିର୍ଦ୍ଦେଶରେ ଚନ୍ଦ୍ରକୁ କର୍ମଚାରୀ ଜଣଙ୍କ ନେଉଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଯଦି ଘଟଣା ସତ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

Leave a Reply