ଚାଷ ଜମିରେ ଛିଡ଼ା ହୋଇଛି ବେଆଇନ ନିର୍ମାଣ: ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ

ଖୋର୍ଦ୍ଧା: ଉଇ ରିପୋର୍ଟ ୟୁ ଡିସାଇଡ ଓଟିଭିର ଟ୍ୟାଗ ଲାଇନ  । ହେଲେ ସାରୁଅ ଜମି କେଳେଙ୍କାରୀକୁ ଦେଖିଲେ ଲାଗୁନି ଓଟିଭିର ଏହି ଟ୍ୟାଗ ଲାଇନ ସତ ବୋଲି । କାରଣ ଓଟିଭିରେ ରିପୋର୍ଟ କରିଦେଲେ ହେବନି, ଏଥିପାଇଁ ଜନସାଧାରଣଙ୍କ ନିଷ୍ପତ୍ତି ମଧ୍ୟ ଶୁଣିବାକୁ ପଡିବ । ଏଇଠି କିନ୍ତୁ ଓଲଟା ବାଟ ଧରିଛି ଓଟିଭି  । କହିବାକୁ ଗଲେ ଓଟିଭି ଦାଦାଗିରିରେ ବିଶ୍ୱାସ କରେ  । କାରଣ ତାର ମାଲିକାଣୀ ସାରୁଅରେ ଲୋକଙ୍କୁ ଫୁସୁଲେଇ ଶାଗମାଛ ଦରରେ ଜମି କିଣି ପାଚେରି ବୁଲେଇ ସୃଷ୍ଟି କରିଛନ୍ତି ସମସ୍ୟା  । ସେଥିପାଇଁ ଚଷାପୁଅ ଏବେ ଜମି ଦେଖୁଛି, ହେଲେ ଫଳେଇ ପାରୁନି ସୁନାର ଫସଲ  ।

ସମସ୍ତଙ୍କ ଆଲିଗେସନ ଓଟିଭି ବିରୁଦ୍ଧରେ  । ଚୋର ଗଲେ ବୁଦ୍ଧି ଦିଶିବା ପରି ସମସ୍ତଙ୍କ ଅବସ୍ଥା  । ବୁଝିପାରିଲେନି ଓଟିଭି ମାଲିକାଣୀ ଜଗୀ ମଙ୍ଗତ ପଣ୍ଡାଙ୍କ ଚାଲ  । ନିଜ ବେପାର ପାଇଁ ବୁଝେଇ ସୁଝେଇ ଏକର ଏକର ଜମି ଶାଗମାଛ ଦରରେ ହାତେଇ ନେଇଗଲେ  । ତାପରେ ଜମିଦାରୀ ଠାଣିରେ ବୁଲେଇଦେଲେ ମେଘନାଦ ପାଚେରୀ  । ଏବେ ଜମିକୁ ପାଣି ଯାଇପାରୁଛି ନା ନିଜେ ଯାଇପାରୁଛି ଚଷାପୁଅ । ମୁଣ୍ଡରେ ହାତ ଦେଇ ବସିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ, ଗୌଡ଼ପୁଟ ଗାଁର ଶହ ଶହ ଚାଷୀ  । ଅଭିଯୋଗ କଲେ ମାଡ ମାରି ପାଲଟା ଅଭିଯୋଗ କରି ଜେଲରେ ପୂରେଇ ଦେଉଛନ୍ତି  ।

 ଯେଉଁଠି ସୁନା ଫଳାଉଥିଲା ଚାଷୀ  । କ୍ଷେତିବାଡ଼ି କରି ଖାଉଥିଲା, ଖୁଆଉଥିଲା  । କେବେ ଭାବିନଥିଲା ଏମିତି ବି ଦିନ ଆସିବ  । ଜନସେବା ଆଳରେ ଜନତାଙ୍କୁ ଲୁଟିବ ଓଟିଭି  । କର୍ମସଂସ୍ଥାନ ଯୋଗାଇ ଦେବାକୁ କହି ପଛରୁ ଛୁରା ମାରିବ  । ପରିସ୍ଥିତି ଏପରି ହୋଇଛି ନିଜ ଜମି ବିକ୍ରି କରିବାକୁ ଓଟିଭି କର୍ତ୍ତୃପକ୍ଷ ବାଧ୍ୟ କରିଦେଇଛନ୍ତି  । ନା ଚାଷୀ ଚାଷ କରିପାରୁଛି ନା ଜମି ବିକ୍ରି କରିପାରୁଛି  । କାରଣ ଆଉ କାହାକୁ ଜମି ଦେଲେ ରାସ୍ତା ନାହିଁ  । ତେଣୁ ସବୁ ଜମିକୁ ଛଞ୍ଚାଣ ଭଳି ଚବିଶ ଘଣ୍ଟା ଆଡ୍ଡା ଜମାଇ ଅନେଇ ବସିଛି ଝାମ୍ପି ନେବାକୁ  । ଏପରିକି ପୋଖରୀକୁ ନିତ୍ୟକର୍ମ କରିବାକୁ ଛାଡୁନାହାଁନ୍ତି ଓଟିଭିର ଗୁଣ୍ଡାମାନେ  । ମାଲିକାଣୀ ମ୍ୟାଡାମଙ୍କ ବାପା ଓ ଭାଇ ଏହାକୁ ସିଧାସଳଖ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି  ।

ଆପଣ ଏକା ନୁହଁନ୍ତି, ଆଶାର ଆଲୋକ କାର୍ଯ୍ୟକ୍ରମ ଜରିଆରେ ଗରିବ ଓ ବେସାହାରାଙ୍କୁ ସହଯୋଗର ହାତ ବଢାଉଥିବା ଓଟିଭିର ଏ ହେଉଛି ଅସଲ ରୂପ  । ନିଜ ବେପାର ଜମେଇବା ପାଇଁ ଗରିବଙ୍କ ଛାତି ଉପରେ ନିଜ ଇଜ୍ଜତର ଇମାରତ ଛିଡା କରାଇବାର ଅର୍ଥ କ’ଣ ? ବଡଲୋକି ବାହାଦୁରି କି ହୀନ ଦାଦାଗିରି  ।

Leave a Reply