‘କ୍ଷମତାକୁ ଆସିଲେ ମାଗଣା ଟିକା’ ପ୍ରସଙ୍ଗରେ କେଜ୍ରିଓ୍ୱାଲଙ୍କ ବଡ଼ ବୟାନ

Kejriwal To Observe Fast In Support Of Protesting Farmers

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପ୍ରଚାର ବେଳେ ବିଜେପି ତାର ଘୋଷଣାପତ୍ରରେ ମାଗଣା କରୋନା ଟିକା ଦେବା କଥା କହିବା ପରେ ଏବେ ଏହାକୁ ନେଇ ସାରା ଦେଶରେ ରାଜନୀତି ଜୋର ଧରିଛି । ଦେଶ ସାରା ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଢ଼େର ସମାଲୋଚନା ଚାଲିଛି । କଂଗ୍ରେସର ବରିଷ୍ଠ ନେତା ମାନେ ମଧ୍ୟ ବିଜେପିର ଏହି ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛନ୍ତି । ବିଜେପି ସରକାରରେ ରହି ଏଭଳି କହିବା ଠିକ୍‌ ନୁହେଁ ବୋଲି ଅନେକ ମତ ଦେଇଛନ୍ତି ।

ତେବେ ଏଭଳି ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପୁଣି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେ କହିଛନ୍ତି ସାର ଦେଶ ଏବେ କରୋନା ସହ ଲଢ଼ୁଛି । ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ସାରା ଦେଶ କରୋନା ସହ ଲଢ଼ୁଛି । ତେଣୁ ଯଦି କରୋନା ଟିକା ଆସିବ ତେବେ ସାରା ଦେଶବାସୀଙ୍କୁ ମାଗଣା ଟିକା ଦିଆଯିବା ଉଚିତ୍‌  । କେବଳ ବିହାରବାସୀଙ୍କୁ ମାଗଣା ଟିକା ଦିଆଯିବା କଥା କହିବା ଭୁଲ୍‌ । କରୋନା ଟିକାକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ଏଭଳି ବୟାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ବିହାରରେ ବିଜେପି ସତ୍ତାକୁ ଆସିଲେ ମାଗଣା କରୋନା ଟିକା ଦିଆଯିବ ବୋଲି ମାନିଫେଷ୍ଟୋରେ କହିବା ପରେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହୋଇଛି । ବିଜେଡି ନେତାଙ୍କ କହିବାନୁଯାୟୀ ବିଜେପି ସରକାରରେ ଥାଇ ଏଭଳି କହିବା ଉଚିତ୍‌ ନୁହେଁ ।

Leave a Reply