କରୋନା ପାଇଁ ସ୍ଥଗିତ ରହିଲା ପରୀକ୍ଷା, ବାଣୀବିହାର ପରେ ରେଭେନ୍ସା ହଷ୍ଟେଲ ହେଲା ଖାଲି

ଭୁବନେଶ୍ୱର: ସବୁଠି ସତର୍କତା, ସବୁଠି ସଚେତନତା। ଲୋକସେବା ଭବନରୁ ସାରା ରାଜ୍ୟକୁ କଣ୍ଟ୍ରୋଲ୍‌ କରୁଛନ୍ତି ରାଜ୍ୟ ସରକାର। ଖାସ୍‌ କରି ଶିକ୍ଷାନୁଷ୍ଠାନ, ପରିବହନ ଓ ବଜାର ଉପରେ ସବୁଠାରୁ ଅଧିକ ଗୁରୁତତ୍ୱ ଦିଆଯାଉଛି। କେଉଁଠି କେମିତି ଓ କଣ କରିବେ ପ୍ରତି ଜିଲ୍ଲାକୁ ଯାଉଛି ନିର୍ଦ୍ଦେଶ। ନଗର ଉନ୍ନୟନ ବିଭାଗ ଭୁବନେଶ୍ୱରରେ ୨୫ଟି ଅସ୍ଥାୟୀ କ୍ୟାରେଣ୍ଟାଇନ୍‌ ସେଣ୍ଟର ଖୋଲିଛି। ଯାହାଫଳରେ ସନ୍ଦିଗ୍ଧଙ୍କୁ ରଖି ଚିକିତ୍ସା କରିବା ଆହୁରି ସହଜ ହୋଇଛି।

 

ସ୍କୁଲ ବନ୍ଦ, ପରୀକ୍ଷା ବାତିଲ, ଫୋନ୍‌ରେ ଶିକ୍ଷକ ଆଲର୍ଟ
ଜୋରଦାର୍‌ ହେଲା କରୋନା ସହ ଲଢ଼େଇ
ଲୋକସେବା ଭବନରୁ ସବୁ ବିଭାଗର ମନିଟରିଂ

ଭୟନୁହେଁ, ସତର୍କତାର ସହ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ପ୍ରତି ବିଭାଗର ସ୍ୱତନ୍ତ୍ର ମୁକାବିଲା ରଣନୀତି। ପିଲାଙ୍କୁ ସୁରକ୍ଷିତ ରଖିବାକୁ ଗଣଶିକ୍ଷା ବିଭାଗ ଜୋର୍‌ଦାର୍‌ କରିଛି ଆକ୍ସନ୍‌। ଜାରି କରିଛି ଶକ୍ତ ଗାଇଡ୍‌ଲାଇନ୍‌। ପ୍ରଥମେ ସମସ୍ତ ସରକାରୀ ଓ ବେସରକରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ପ୍ରଥମରୁ ନବମ ଯାଏଁ ପରୀକ୍ଷା ସ୍ଥଗିତ ରଖାଯାଇଛି। ସେହିପରି ସମସ୍ତ କୋଚିଂ ସେଣ୍ଟର ଓ ଘରୋଇ ଟିଉସନ୍‌ରେ ପଡିଛି ତାଲା। ଏପରିକି ଶିକ୍ଷକଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି। ତେବେ ଜରୁରୀକାଳୀନ କାମ ପାଇଁ ଫୋନ୍‌ରେ ଆଲର୍ଟ ରହିବେ। ସେପଟେ ଦ୍ଵାଦଶ ଶ୍ରେଶୀ ପରୀକ୍ଷା ଜାରି ରହିବ, ଦଶମ ଓ ଦ୍ଵାଦଶ ଖାତା ଦେଖା ବି ଚାଲିବ। ସେପଟେ ବାଣୀବିହାରରୁ ତୁରନ୍ତ ହଷ୍ଟେଲ୍‌ ଖାଲି କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

 

ସେପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ସରକାରୀ ଓ ଘରୋଇ ବସ୍‌ରେ ଓଭରଲୋଡ଼ିଂ ଉପରେ କଟକଣା ଜାରି କରାଯାଇଛି। ଯାତ୍ରା ସମୟରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ବସ୍‌ କଣ୍ଡଟର, ହେଲପର୍‌ ଓ ଡ୍ରାଇଭରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିୟମିତ ଅନ୍ତରାଳରେ ମୋ ବସ୍‌କୁ ସଫା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କଳାବଜାରି ଉପରେ କଡ଼ା ନଜର ରଖିଛି ଯୋଗାଣ ବିଭାଗ। ମାସ୍କ ଓ ସାନିଟାଇଜର୍‌ ଯେମିତି ଅଧିକା ଦରର ବିକ୍ରି ନହୁଏ ସେଥିପାଇଁ ଜିଲ୍ଲାପାଳଙ୍କୁ ତଦାରଖ କରିବାକୁ କୁହାଯାଇଛି। ଏପରିକି ମୁନାଫାଖୋର୍‌ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଓ ସଚେତନତାର ଏ ଅଭିଯାନରେ ଲୋକଙ୍କୁ ଭୟଭୀତ ନହେବାକୁ ସରକାର ଅପିଲ୍‌ କରିଛନ୍ତି। ଏପରିକି ଲୋକସେବା ଭବନକୁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟ ମାସ୍କ ପିନ୍ଧି ଆସୁଥିବା ଦେଖିବାକୁ ମିଳିଛି।

Leave a Reply