ରାଜ୍ୟସଭା ଯିବେ ଚାରିରୁ ଚାରି ବିଜେଡି ପ୍ରାର୍ଥୀ, ଖାରଜ ହେଲା ୪ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ଶେଷ । ବିଜେଡିର ସମସ୍ତ ୪ଜଣଙ୍କ ପ୍ରାର୍ଥୀପତ୍ର କାଏମ୍‌, ସ୍ୱାଧୀନ ଭାବେ ନାମାଙ୍କନ କରିଥିବା ୪ଜଣଙ୍କ ପ୍ରାର୍ଥୀପତ୍ର ଖାରଜ । ବିଜେଡି ପ୍ରାର୍ଥି ସୁବାସ ସିଂହ, ସୁଜିତ କୁମାର, ମୁନା ଖାନ୍‌ ଓ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଛି । ଆବଶ୍ୟକ କାଗଜପତ୍ର ଦାଖଲ କରି ନଥିବାରୁ ଖାରଜ ହୋଇଯାଇଛି ଅନ୍ୟ ୪ଜଣଙ୍କ ପ୍ରାର୍ଥୀପତ୍ର ।

ଫଳରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ, ସୁଜିତ କୁମାର, ମୁନା ଖାନ୍‌ ଓ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ସ୍ପଷ୍ଟ ହୋଇଯାଇଛି । ମାର୍ଚ୍ଚ ୧୮ ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ଶେଷ ହେବା ପରେ ବିଜେଡିର ୪ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଆଉ ନିର୍ବାଚନ ହେବ ନାହିଁ ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଦେଇ ନଥିବା ବେଳେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ୪ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିବାରୁ ଏହା ସ୍ପଷ୍ଟ ହୋଇଯାଇଛି । ରାଜ୍ୟସଭାରେ ଓଡ଼ିଶାର ମୋଟ୍‌ ୧୦ଟି ଆସନ ଥିବା ବେଳେ ନୂଆ ୪ଜଣଙ୍କୁ ମିଶାଇ ବିଜେଡିର ସଦସ୍ୟ ସଂଖ୍ୟା ୯କୁ ବୃଦ୍ଧି ପାଇବ । ଦିଲ୍ଲୀ ଦରବାରରେ ଆଞ୍ଚଳିକ ଦଳ ବିଜେଡି ଅଧିକ ଶକ୍ତିଶାଳୀ ହେବା ସଦ ଦଳର ସ୍ୱର ଆହୁରି ଶାଣିତ ହେବ ।

Leave a Reply