କରୋନା କଟକଣା ଭିତରେ ଆଜିଠୁ ଶ୍ରୀ ଅଲାରନାଥଙ୍କ ଦର୍ଶନ

ବ୍ରହ୍ମଗିରି: ଦୀର୍ଘଦିନ ପରେ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ଦେବଙ୍କ ମନ୍ଦିର ଖୋଲିଛି । କୋଭିଡ ନିୟମ ପାଳନ କରି ମନ୍ଦିରରେ ଠାକୁରଙ୍କୁ ଦର୍ଶନ ଲାଗି ଭକ୍ତଙ୍କୁ ଅନୁମତି ପ୍ରଦାନ କରାଯାଇଛି।

ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ଆଜି ଭୋର ୪ଟାରୁ ପ୍ରଭୁ ଅଲାରନାଥଙ୍କ ମନ୍ଦିର ଫିଟିବା ପରେ ଅବକାଶ, ମଇଲମ ଓ ଗୋପାଳବହ୍ଲଭ ହୋଇ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା । ଯାହା ପରେ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଛି । ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲୁଥିବାରୁ ଚଳଚଞ୍ଚଳ ହୋଇଉଠିଛି ଅଲରାନାଥଙ୍କ ପୀଠ ।

ସେହିପରି ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଖୋଲିଥିବା ବେଳେ ସେବାୟତ ଓ ତାଙ୍କ ପରିବାର ବର୍ଗଙ୍କୁ ଦର୍ଶନ ଅନୁମତି ମିଳିଛି । ଏଥିସହିତ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ମଧ୍ୟ ଦର୍ଶନ ଲାଗି ଖୋଲିଛି। କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା ।

ତେବେ ୬ ଫୁଟ ଦୂରତା , ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନେ ମନ୍ଦିରର ପୂର୍ବ ଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Leave a Reply