Jioକୁ ପଛରେ ପକାଇଲା Airtel, ନଭେମ୍ବରରେ ହାତେଇଲା ୪୩ ଲକ୍ଷ ନୂଆ ମୋବାଇଲ ଗ୍ରାହକ

1 min read

ନୂଆଦିଲ୍ଲୀ: ଟେଲିକମ ରେଗୁଲେଟରୀ ଅଥରିଟୀ ଅଫ୍ ଇଣ୍ଡିଆର ନୂତନ ଡାଟା ଅନୁଯାୟୀ ୨୦୨୦ ମସିହା ନଭେମ୍ବର ମାସରେ ଏୟାରଟେଲ ୪୩ ଲକ୍ଷ ନୂଆ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛି । ନୂଆ ସବସକ୍ରାଇବର ମାମଲାରେ ଟେଲିକମ ଅପରେଟର ଜିଓକୁ ପଛରେ ପକାଇଛି । ସେହିପରି ଭୋଡାଫୋନ ଇଣ୍ଡିଆ ଏବଂ ବିଏସଏନଏଲ ନଭେମ୍ବର ମାସରେ ନିଜର ଅନେକ ଗ୍ରାହକ ହରାଇଛି । ସୂଚନା ଅନୁଯାୟୀ ଏୟାରଟେଲ ଲଗାତାର ଚତୁର୍ଥ ମାସ ପାଇଁ ନିଜ ସବସକ୍ରାଇବର ମାମଲାରେ ଶୀର୍ଷ ସ୍ଥାନରେ ରହିଛି ।

TRAI ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ନଭେମ୍ବର ୩୦ ତାରିଖ ୨୦୨୦ ମସିହା ଡାଟାକୁ ଦେଖିବା ଜଣାପଡୁଛି ଯେ, ଏୟାରଟେଲ ନଭେମ୍ବର ମାସରେ ୪.୩ ମିଲିୟନ ସବସକ୍ରାଇବରଙ୍କୁ ନିଜ ସହ ଯୋଡ଼ିଛି । ଏୟାରଟେଲ ପାଖରେ ସର୍ବମୋଟ ୩୩୪.୬୫ ମିଲିୟନ ସବସକ୍ରାଇବର ଥିବାବେଳେ ମାର୍କେଟରେ ୨୮.୯୭ ପ୍ରତିଶତ ଅଂଶିଦାର ରହିଛି ।

ରିଲାଏନ୍ସ ଜିଓ ନଭେମ୍ବର ମାସରେ ୧.୩ ମିଲିୟନ (ପ୍ରାୟ ୧୩ ଲକ୍ଷ) ମୋବାଇଲ ସବସକ୍ରାଇବରଙ୍କ ସହ ଯୋଡ଼ି ହୋଇଛି । ଅକ୍ଟୋବର ମାସ ୨୦୨୦ ତୁଳନାରେ କମ୍ପାନୀ ୦.୪୮ ପ୍ରତିଶତ ଗ୍ରୋଥ୍ ହାତେଇପାରିଛି । ଅବଶ୍ୟ ଜିଓ ପାଖରେ ସର୍ବମୋଟ ୪୦୮.୨୯ ମିଲିୟନ ୱାୟାରଲେସ ସବସକ୍ରାଇବର ଅଛନ୍ତି ଏବଂ କମ୍ପାନୀର ମାର୍କେଟ ସେୟାର ୩୫.୩୪ ପ୍ରତିଶତ ରହିଛି ।

TRAI ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତରେ ଅକ୍ଟୋବର ମାସ ପରେ ନଭେମ୍ବର ୨୦୨୦ ଶେଷ ଆଡ଼କୁ ୧,୧୫୧.୮୧ ମିଲିୟନ ୱାୟାରଲେସ ସବସକ୍ରାଇବର ବଢ଼ିଛି । ଏହାବ୍ୟତୀତ, ଏୟାରଟେଲ ପାଖରେ ସବୁଠୁ ଅଧିକ ଆକ୍ଟିଭ ୱାୟାରଲେସ ସବସକ୍ରାଇବର ୯୬.୬୩ ପ୍ରତିଶତ ରହିଛି । ଆକ୍ଟିଭ ୱାୟାରଲେସ ସବସକ୍ରାଇବରଙ୍କ କଥା କହିବାକୁ ଗଲେ, ଜିଓ ପାଖରେ ୭୯.୫୫ ପ୍ରତିଶତ, ଭୋଡାଫୋନ ପାଖରେ ୮୯.୦୧ ଏବଂ ବିଏସଏନଏଲ ପାଖରେ ୫୧.୭୨ ପ୍ରତିଶତ ମାର୍କେଟ ସେୟାର ରହିଛି ।

Leave a Reply