ବୁକିଂ ଆରମ୍ଭ କଲା ଏୟାର୍ ଇଣ୍ଡିଆ, ଜାଣନ୍ତୁ କେବେଠୁ ଉଡ଼ିବ ବିମାନ

Suspension of international flights extended till April 30

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ମେ ୩ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ହୋଇଛି । ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ରହିଛି । ଆକାଶରେ ବିମାନ ଉଡ଼ୁନଥିବା ବେଳେ ଟ୍ରାକରେ ଗଡ଼ୁନି ଟ୍ରେନ୍ । ଅତ୍ୟାବଶ୍ୟକୀୟ ପରିବହନ ପାଇଁ କାର୍ଗୋ ବିମାନ ସହ ମାଲବାହୀ ଟ୍ରେନକୁ ବ୍ୟବହାର କରାଯାଉଛି । ଆକାଶ, ଜଳ, ସଡ଼କ ପଥରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ଯାତ୍ରୀ ପରିବହନ ବ୍ୟବସ୍ଥା । ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଏ ସ୍ଥିତି ଲାଗି ରହିଛି ।

ମେ ୩ ଯାଏଁ ଉଡିପାରିବେନି ବିମାନ, ଗଡ଼ିପାରିବନି ବସ୍ କି ଟ୍ରେନ୍

ଏହାରି ଭିତରେ ଆଜିଠୁ ଏୟାର ଇଣ୍ଡିଆ ଆରମ୍ଭ କରିଛି ଟିକେଟ୍ ବୁକିଂ । କମ୍ପାନୀ ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି । କମ୍ପାନୀ ଘରୋଇ ଓ ଅନ୍ତର୍ଜାକିତ ଉଡ଼ାଣ ପାଇଁ ଟିକେଟ୍ ବୁକିଂ ଆରମ୍ଭ କରିଛି । ମେ ୪ ତାରଖରୁ ଘରୋଇ ଉଡ଼ାଣ ପାଇଁ ଟିକେଟ୍ ବୁକିଂ କରାଯାଉଥିବା ବେଳେ ଜୁନ୍ ୧ଠାରୁ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଟିକେଟ୍ ବୁକିଂ କରି ହେଉଛି ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ୍ ୧୪ରେ ସରିବାର ଥିଲା । ଏହାକୁ ଦେଖି ଏପ୍ରିଲ ୧୫ ପରଠାରୁ ଉଡ଼ାଣ ପାଇଁ ବିଭିନ୍ନ ଏୟାରଲାଇନ୍ସ ଟିକେଟ୍ ବିକ୍ରି କରିଥିଲେ । ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ କରିବା ସହ ପୁଣି ଥରେ ଉଡ଼ାଣ ଉପରେ କଟକଣା ଜାରି କରିଛନ୍ତି । ଫଳରେ ମେ ୩ ଯାଏଁ ସମସ୍ତ ବୁକିଂ ବାତିଲ୍ କରି ଦିଆଯାଇଥିଲା । ଏହାସହ ଯାତ୍ରୀଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଯାତ୍ରା ପୁନଃ ନିର୍ଦ୍ଧାରଣ ସୁଯୋଗ ଦିଆଯାଇଛି ।

Leave a Reply