ଶାହଙ୍କୁ ସୁରକ୍ଷା ମାଗିଲେ ଡାକ୍ତର

1 min read

ନୂଆଦିଲ୍ଲୀ: ଅସହାୟ ରିଅଲ ହିରୋ । ୨ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଦେଶ ଯାହାଙ୍କ ପାଇଁ ଏକାଠି ହୋଇଥିଲା ଆଜି ସେମାନେ ସୁରକ୍ଷିତ ମଣୁନାହାନ୍ତି । କରୋନା ଆକ୍ରାନ୍ତଙ୍କୁ ଠିକ୍ କରିବାକୁ ରାତି ଦିନ ଲଗାଇଥିବା ଡାକ୍ତରଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଦେଶର ଜଟିଳ ସ୍ଥିତିରେ ଛିଡ଼ା ହେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି । ଏନେଇ ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡକ୍ଟର ଆସୋସିଏସନ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ସୁରକ୍ଷା ଲୋଡ଼ିଛି ।

ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ କୋଭିଡ-୧୯ ଆକ୍ରାନ୍ତଙ୍କ ସେବାରେ ଲାଗିଛନ୍ତି । ଅନ୍ୟପଟେ କିଛି ଭଡ଼ା ଘର ମାଲିକ ଓ କଲୋନୀ ବାସିନ୍ଦା ଏମାନଙ୍କୁ ପ୍ରବେଶ ଅନୁମତି ଦେଉନାହାନ୍ତି । ଫଳରେ କେତକ ଡାକ୍ତର ଲଗେଜ୍ ଧରି ରାସ୍ତାରେ ଛିଡ଼ା ହୋଇଥିବା ଅଭିଯୋଗ କରାଯାଇଛି । ଏହାକୁ ଆସୋସିଏସନ ପକ୍ଷରୁ ନିନ୍ଦା କରାଯିବା ସହ ଏଭଳି କରୁଥିବା ଘର ମାଲିକଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।ଅନ୍ୟପଟେ ଲକ୍ ଡାଉନ୍ ପରିସ୍ଥିତି ଯୋଗୁଁ ସାଧାରଣ ପରିବହନ ସମ୍ପୂର୍ଣ୍ଣ ଠପ୍ ରହିଛି । ଫଳରେ ଠିକ୍ ସମୟରେ ମେଡିକାଲରେ ପହଞ୍ଚି ହେଉନି । ବହୁ ଅସୁବିଧାର ସାମନା କରିବାକୁ ପଡ଼ୁଛି । ତେଣୁ, ଘରଠାରୁ ମେଡିକାଲ ଯାଏଁ ପରିବହନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏପରିକି ସେମାନଙ୍କ ଯାତାୟତରେ ପୋଲିସ ଓ ପ୍ରଶାସନ ହସ୍ତକ୍ଷେପ ଚିକିତ୍ସାରେ ବାଧା ସୃଷ୍ଟି କରିଥିବା କହିଛନ୍ତି ।

ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?

Leave a Reply