ଆସନ୍ତା ୨ ତାରିଖରୁ ପୁନଃ କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱର ଏମ୍ସର ଆଉଟଡୋର୍

AIIMS Bhubaneswar to resume OPD services from November 2

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଭୁବନେଶ୍ୱର ଏମ୍ସର ବହିଃ ବିଭାଗ ପୁଣି କାର୍ଯ୍ୟକ୍ଷମ ହେବ । କୋଭିଡ୍ କଟକଣା ଭିତରେ ଆସନ୍ତା ନଭେମ୍ବର ୨ ତାରିଖରୁ ଆଉଟଡୋର୍ ପେସେଣ୍ଟଙ୍କୁ ଦେଖିବେ ଡାକ୍ତର । ପ୍ରଥମ ସପ୍ତାହରେ ଦୈନିକ ପ୍ରତି ବିଭାଗରେ ୩୦ ଜଣ ଓ ଦ୍ୱିତୀୟ ସପ୍ତାହ ନଭେମ୍ବର ୯ରୁ ଦୈନିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ ଜଣ କରାଯିବ ।

AIIMS Bhubaneswar to resume OPD services from November 2

କରୋନା ମହାମାରୀ କାୟା ବିସ୍ତାର କରିବା ପରେ ଏମ୍ସରେ ଆଉଟଡୋର ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ଏହି ସମୟରେ ଜରୁରୀକାଳୀନ ସେବା ସହ ଆନ୍ତଃ ବିଭାଗ ରୋଗୀ ସେବା ଜାରି ରହିଥିଲା । ଜୁଲାଇ ୧୦ରୁ ଆଉଟଡୋର ବନ୍ଦ ପରେ ଡାକ୍ତର ଫୋନ୍ ଜରିଆରେ ରୋଗୀଙ୍କୁ ସେବା ଯୋଗାଇ ଆସୁଥିଲେ ।

AIIMS Bhubaneswar to resume OPD services from November 2

ରୋଗୀଙ୍କ ସୁବିଧା ପାଇଁ ‘ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ’ ଆପ୍ ଲଞ୍ଚ କରିଥିଲା । ଯେଉଁ ଆପରେ ରୋଗୀ ସେମାନଙ୍କ ବିବରଣୀ ଦେଇ ଆବଶ୍ୟକୀୟ ଡାକ୍ତରୀ ସହାୟତା ପାଉଛନ୍ତି । ଟେଲି ମେଡିସିନ୍ ସେବା ଏବେ ମଧ୍ୟ ଜାରି ରହିଛି । ଆସନ୍ତା ୨ ତାରିଖରୁ ଭୁବନେଶ୍ୱର ଏମ୍ସର ୧୪ଟି ବହିଃ ବିଭାଗର ସେବା କାର୍ଯ୍ୟକ୍ଷମ ହେବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply