ବିହାର ପରେ ଏବେ ମିଶନ ତାମିଲନାଡ଼ୁ, ଏକାଠି ଲଢ଼ିବେ AIDMK-BJP

1 min read
Amit Shah

ତାମିଲନାଡ଼ୁ: ବିହାର ପରେ ବିଜେପିର ମିଶନ ତାମିଲନାଡୁ । ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ସରକାରକୁ ଆସିବା ପାଇଁ କାର୍ଡ ଖେଳିଛି । ତାମିଲନାଡୁରେ AIADMK ସହ ବିଜେପି ମେଣ୍ଟ କରିସାରିଛି । ଆଗାମୀ ନିର୍ବାଚନରେ ଏଆଇଡିଏମ୍‌କେ ଓ ବିଜେପି ଏକାଠି ଲଢ଼ିବେ ।

ବିହାରରେ ନୀତିଶଙ୍କ ଜେଡିୟୁ ସହ ମିଶି ବିଜେପି ନିର୍ବାଚନ ଲଢ଼ିଥିଲା ଏବଂ ସରକାର ଗଠନ କରିଥିଲା । ସେହି ସମାନ ଫର୍ମୁଲା ଏବେ ତାମିଲନାଡ଼ୁରେ ଆପଣାଇବାକୁ ଯାଉଛି ବିଜେପି ।

ବିଜେପି ଓ ଏଆଇଡିଏମ୍‌କେ ଉଭୟ ଏକ ହୋଇ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତି । ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଓ.ପନିରିସେଲଭମ ଏନେଇ ଘୋଷଣା କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ପାଲାନିଦସ୍ୱମୀ ମଧ୍ୟ ସ୍ୱୀକାର କରିଛନ୍ତି । ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଉଭୟ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ମେଣ୍ଟ କରିବା ନେଇ ନିଷ୍ପତି ହେବା ପରେ ଏହି ଘୋଷଣା କରିଛନ୍ତି ପନିରିସେଲଭମ ।

ଆଗାମୀ ଦିନରେ AIADMK ଓ ବିଜେପି ମେଣ୍ଟ ସରକାର ଗଢିବ ବୋଲି କହିଛନ୍ତି ପନିରିସେଲଭମ୍‌ । ଏବେ କ୍ଷମତାରେ ଥିବା ସରକାର ଭଲ କାମ କରୁଛି, ରାଜ୍ୟରେ ବିକାଶର କାର୍ଯ୍ୟ ଆଗେଇ ଚାଲିଛି । 2019 ଲୋକସଭା ନିର୍ବାଚନ ଭଳି ଆସନ୍ତା ନିର୍ବାଚନରେ AIADMK ଓ ବିଜେପି ଭଲ ପ୍ରଦର୍ଶନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହା ।

Leave a Reply