ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଆଡକୁ ମୁହାଁଉଛି

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା। ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୦ହଜାର ଟପିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତତୀୟାଂଶ ପଜିଟିଭ ଜୁନ୍‌ ମାସରେ ଚିହ୍ନଟ କରାଯାଇଛି । ଜୁନ୍‌ ପହିଲା ପରଠାରୁ ଦେଶରେ ପ୍ରାୟ ୯୦ ହଜାର ନୂଆ ମାମଲା ସାମନାକୁ ଆସିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଆଡକୁ ମୁହାଁଉଛି ।

ଗତକାଲି ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୯୪ହଜାର ପାର ହୋଇଛି । ସେହିପରି ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୩ ହଜାର ୪ଶହ ଟପିଛି। କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଉପରେ ରହିଥିବା ବେଳେ ୧୮ଶହରୁ ଅଧିକ ଜୀବନ ନେଇଛି କରୋନା ।

ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ କେଜିରୱାଲ । ଗତ କିଛି ଦିନ ଧରି ଦିଲ୍ଲୀରେ ଦୈନିକ ଏକ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ସେହିପରି ଚେନ୍ନାଇରେ ବି ବିଗୁଡୁଛି କରୋନା ସ୍ଥିତି ।

Leave a Reply