ଆମ ବାଲିଘାଟ, ଆମକୁ ନିଲାମ ଦିଅ…

1 min read

ଜଗତସିଂହପୁର: ନିଲାମକୁ କେନ୍ଦ୍ର କରି ତହସିଲ୍ କାର୍ଯ୍ୟାଳୟରେ ଉତ୍ତେଜନା । ଜଇପୁର ମହାନଦୀ ବାଲିଘାଟ ନିଲାମକୁ ନେଇ ଜଗତସିଂହପୁର ରଘୁନାଥପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଜିଲ୍ଲା ବାହାରର ଠିକାଦାରଙ୍କୁ ମହାନଦୀ ବାଲିଘାଟ ନିଲାମ ଦିଆଯିବାକୁ ବିରୋଧ କରି ସ୍ଥାନୀୟ କିଛି ଲୋକ ୫ ଦିନ ହେଲା ତହସିଲ୍ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି । ଆଜି ଧାରଣାସ୍ଥଳରେ ଜଗତସିଂହପୁର ଉପଜିଲ୍ଲାପାଳ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Agitation In Front Of Raghunathpur Tehsil For Balighat Tender

ତହସିଲ୍ ଅଫିସ୍ ସାମ୍ନାରେ ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ସୂଚନା ଅନନୁସାରେ ଛପଡ଼ା ପଞ୍ଚାୟତ ଜଇପୁର ମହାନଦୀ ବାଲିଘାଟକୁ ପୂର୍ବରୁ ଜଇପୁର ଜଗନ୍ନାଥ ଶ୍ରମିକ ସମବାୟ ସମିତି ନିଲାମ ନେଇଥିଲା । ବାଲିଘାଟରେ କାମ କରି ସ୍ଥାନୀୟ ଅଞ୍ଚଳର ଦୁଇ ଶହ ପରିବାର ଚଳୁଥିଲେ । ଚଳିତବର୍ଷ ଟେଣ୍ଡରରେ କଟକ ଅଞ୍ଚଳର ଜଣେ ଠିକାଦାର ବାଲିଘାଟ ନିଲାମ ନେଇଛନ୍ତି । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply