ଖଣି ବନ୍ଦ ପ୍ରତିବାଦରେ ଧାରଣା

1 min read

ଖଣି ବନ୍ଦକୁ ନେଇ ପ୍ରତିବାଦ । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟ୍ରକ ମାଲିକ ଓ ଶ୍ରମିକଙ୍କ ଧାରଣା । ଗତ ୬ ତାରିଖରୁ ବନ୍ଦ ରହିଛି ତାଲଚେର ଭରତପୁରସ୍ଥିତ ବଳରାମ ଖଣି । ବନ୍ଦ ହେବା ଫଳରେ ସତ୍ୟବାଦୀପୁର, ନାଥ ଗାଁ, ତେଲିପୁର, ଖୁରିଙ୍ଗା, ସୋଲଡା ଗାଁର ଟ୍ରକ ମାଲିକ ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଛନ୍ତି  । ସୂଚନା ଅନୁଯାୟୀ, ୫୦ ରୁ ୬୦ ଜଣ ଯୁବକ ପ୍ରତ୍ୟେକ ଦିନ ଏହି ଖଣି ଅଞ୍ଚଳରେ ମାରଣାସ୍ତ୍ର ଧରି ଭୟଭୀତ କରାଉଛନ୍ତି  । ଟ୍ରକ୍‌ରେ ମାଲ୍‌ ଲୋଡିଙ୍ଗ ନକରିବା ପାଇଁ ଧମକ ଦେଉଛନ୍ତି  ।

କିଛି ଲୋକଙ୍କର ଏଭଳି ଗୁଣ୍ଡଗର୍ଦ୍ଦି ଯୋଗୁଁ ଏବେ ଖଣି ସମ୍ପୁର୍ଣ୍ଣ ବନ୍ଦ ହୋଇପଡିଛି  । ଏହି କୋଲିଲା ଖଣିରେ ଦୈନିକ ୨ହଜାର ଟନ୍‌ କୋଇଲା ରପ୍ତାନୀ ହେଉଥିଲା । ଯାହାଫଳରରେ ଟ୍ରକ୍‌ ମାଲିକ ଏବଂ ଶ୍ରମିକ ମାନେ କାମ ପାଉଥିଲେ  । ଏନେଇ ଟ୍ରକ୍‌ ମାଲିକ ସଂଘ ଜିଲ୍ଲା ପ୍ରଶାସନ ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

  ')}

Leave a Reply