ଏନ୍‌ଡିଆରଏଫ୍‌ ପରେ ପ୍ଳାଜ୍‌ମା ଦାନ କଲେ ଅଗ୍ନିଶମ ସେବା ଯବାନ

1 min read

କଟକ: କରୋନା ପାଇଁ ରାମବାଣ ପାଲଟିଛି ପ୍ଲାଜମା । ଏହି ଥେରାପି ଦ୍ୱାରା ସୁସ୍ଥ ହେଉଛନ୍ତି ରୋଗୀ । ରୋଗରେ ବିଜୟ ପାଇଁ ଏହା ପାଲଟିବ ଏକମାତ୍ର ବ୍ରହ୍ମାସ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଆହ୍ନାନ କ୍ରମେ ଏନଡିଆରଏଫ ଯବାନଙ୍କ ପରେ ପ୍ଲାଜମା ଦାନ କରିଛନ୍ତି ଅଗ୍ନିଶମ ସେବାର ଯବାନ ।

ପ୍ରଥମ ଦିନରେ ଦୁଇ ଯବାନ ପ୍ଲାଜମା ଦେଇଥିବା ବେଳେ ଆଗକୁ ଆବଶ୍ୟକତା ଅନୁସାରେ ଜାରି ରହିବ ଏହି ପ୍ରକ୍ରିୟା । ମହାମାରୀକୁ ମାତ୍ ଦେବାକୁ ପୁଣି ଆଗେଇ ଆସିଲେ ଯବାନ । ଏନଡିଆରଏଫ ପରେ ପ୍ଲାଜମା ଦେଲେ ଓଡିଶା ଅଗ୍ନୀଶମ ସେବାର ଯବାନ । କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି ।

ମହାମାରୀରେ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଏହା ପାଲଟିବ ଆର୍ଶୀବାଦ ସଦୃଶ୍ୟ । ଅମ୍ଫାନ ମୁକାବିଲା କରି ଓଡିଶା ଫେରିବା ପରେ ୧୯୨ ଯବାନ କରୋନା ସଂକ୍ରମିତ ହୋଇଥିଲେ । ପରେ ସେମାନେ ସୁସ୍ଥ ହେବାର ୨୮ ଦିନ ପରେ ସେମାନଙ୍କ ମଧ୍ୟରୁ ୧୬୦ ଜଣ ପ୍ଲାଜମା ଦେବାକୁ ସମ୍ମତି ଦେଇଥିଲେ । ପ୍ରଥମେ ୨ ଜଣ ପ୍ଲାଜମା ଦେବା ସହ ଓ ଅନ୍ୟ କିଛି ଯବାନ ଆଣ୍ଟି ବଡି ଟେଷ୍ଟ ଦେଇଛନ୍ତି  ।

ପୂର୍ବରୁ ଏନଡିଆରଏଫର ୮୦ ଜଣ ଯବାନ ପ୍ଲାଜମା ଦେବାକୁ ସମ୍ମତି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଠ ଜଣ ପ୍ଲାଜମା ଦାନ କରି ସାରିଲେଣି । ଅଗ୍ନୀଶମ ଯବାନ ପ୍ଲାଜମା ଦେବା ପରେ ଗୁରୁତର କରୋନା ରୋଗୀ ଅଧିକାରୁ ଅଧିକ ପ୍ଲାଜମା ପାଇବେ ବୋଲି ଆଶା ରଖିଛନ୍ତି ଅଗ୍ନୀଶମ ଅଧିକାରୀ । ମୁଖ୍ୟମନ୍ତ୍ରୀ ଓ ଅଗ୍ନୀଶମ ଡିଜିଙ୍କ ସଂକଳ୍ପ କୁ ସମ୍ମାନ ଜଣାଇ ଯବାନ ମାନେ ଅଧିକରୁ ଅଧିକ ସଂଖ୍ୟାରେ ପ୍ଲାଜମା ଦେବାକୁ ଆଗଭର ହେଉଛନ୍ତି ।

https://www.facebook.com/NandighoshaTV/videos/699802444209304/

Leave a Reply