ଚାକିରି ଚାଲିଯିବା ପରେ ୨ ସାଙ୍ଗ ଆରମ୍ଭ କରିଥିଲେ ଟିଫିନ୍ ବ୍ୟବସାୟ, ଏବେ ୩ଟି ରେସ୍ତୋରାଁର ମାଲିକ

After Losing Job Two Friends Successfully Start Tiffin Service Now They Have Three Restaurants

ଲକ୍ଷ୍ନୌ: ଉଦ୍ୟମ ହିଁ ସଫଳତାର ବାଟ କଢ଼ାଏ । ଇଏ ହେଉଛି ସେହିଭଳି ଏକ କାହାଣୀ ଯାହା ଆପଣଙ୍କୁ ଦେବ ପ୍ରେରଣା । ଉତ୍ତରପ୍ରଦେଶ ଅଯୋଧ୍ୟାର ଏହି ଘଟଣା । ଦୁଇ ସାଙ୍ଗ ସୁଲତାନ ଓ ରୋହିତ । ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ । ତା’ପୂର୍ବରୁ ଦୁହେଁ ଭଲ ସାଙ୍ଗ । ପୂର୍ବରୁ ଉଭୟ ଏକ ଟେଲିକମ୍ କମ୍ପାନୀରେ ଚାକିରି କରିଥିଲେ । ମ୍ୟାନେଜର ପୋଷ୍ଟରେ ଥିବାବେଳେ ଦୁହିଁଙ୍କ ଚାକିରି ଚାଲି ଯାଇଥିଲା । ତା’ପରେ ଉଭୟ ମିଶି ଆରମ୍ଭ କରିଥିଲେ ଟିଫିନ୍ ବ୍ୟବସାୟ । ଆଜି ଉଭୟ ତିନୋଟି ରେଷ୍ଟୁରାଣ୍ଟର ମାଲିକ ।

After Losing Job Two Friends Successfully Start Tiffin Service Now They Have Three Restaurants

୨୦୧୮ରେ ଆରମ୍ଭ କରିଥିଲେ ଟିଫିନ୍ ବ୍ୟବସାୟ

ଚାକିରି ଚାଲିଯିବା ପରେ ଦୁଇ ସାଙ୍ଗ କିଛି କରିବେ ବୋଲି ଚିନ୍ତା କରିଥିଲେ । ତାପରେ ଅଗଷ୍ଟ ୨୦୧୮ ମସିହାରେ ଦୁହେଁ ନିଜର ଟିଫିନ୍ ସେବା ଆରମ୍ଭ କରିଥିଲେ । ଏହି ଟିଫିନ୍ ସେବାର ନାମ ଥିଲା ‘ଘର ଜୈସା’ । ପ୍ରଥମେ ପ୍ରଥମେ ଏହି କାମ ବେଶ୍ କଷ୍ଟସାଧ୍ୟ ଥିଲା । ଲୋକଙ୍କ ସହ ମିଶି ବହୁତ ବୁଝାଇବାକୁ ପଡ଼ୁଥିଲା । ପରେ କିଛି ଅର୍ଡର ମିଳୁଥିଲା । ଯାହା କିଛି ସଞ୍ଚୟ ଥିଲା ଉଭୟ ବ୍ୟବସାୟରେ ଲଗାଇଥିଲେ । ବ୍ୟବସାୟ ସେତେ ଭଲ ନହେବାରୁ ସାଙ୍ଗଙ୍କ ଠାରୁ ଉଧାର ଏପରିକି ଋଣ ମଧ୍ୟ ନେଇଥିଲେ ।

After Losing Job Two Friends Successfully Start Tiffin Service Now They Have Three Restaurants

ପରେ ଟିଫିନ୍ ବ୍ୟବସାୟ ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଥିଲା । ଲୋକଙ୍କୁ ଖାଦ୍ୟ ପସନ୍ଦ ଆସିବା ସହ ଅର୍ଡର ବଢ଼ିଥିଲା । ଏହା ପରେ ‘ଘର ଜୈସା’ ନାମରେ ପ୍ରଥମ ରେଷ୍ଟୁରାଣ୍ଟ ଖୋଲିଥିଲେ ଦୁଇ ସାଙ୍ଗ । ଟ୍ରାନ୍ସପୋର୍ଟ ପାଇଁ ପ୍ରସିଦ୍ଧ ଥିବା ଫୈଜାବାଦରେ ୮୦ ବର୍ଗଫୁଟ୍ ପରମିତ ଅଞ୍ଚଳରେ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ । ପରେ ରେଷ୍ଟୁରାଣ୍ଟକୁ ଲୋକପ୍ରିୟ କରିବାକୁ ଆରମ୍ଭ କରିଥିଲେ ଉଦ୍ୟମ । ସୋସିଆଲ୍ ମିଡିଆର ଉପଯୋଗ କରିଥିଲେ ।

After Losing Job Two Friends Successfully Start Tiffin Service Now They Have Three Restaurants

ୟୁଟ୍ୟୁବର ବିଭିନ୍ନ ରାଜ୍ୟର ଖାଦ୍ୟ ପ୍ରସ୍ତୁତ ଶୈଳୀ ଶିଖିଥିଲେ । ଏହି ସବୁ ଖାଦ୍ୟର ସ୍ୱାଦ ଲୋକଙ୍କୁ ପସନ୍ଦ ଆସିବା ସହ ରେଷ୍ଟୁରାଣ୍ଟରେ ଭିଡ଼ ଜମିବାକୁ ଲାଗିଥିଲା । ଏବେ ରେଷ୍ଟୁରାଣ୍ଟରେ ୩୫ ଜଣ କାମ କରୁଛନ୍ତି । ଏପରିକି ପୁରୁଣା କମ୍ପାନୀରେ କାମ କରୁଥିବା ଲୋକଙ୍କ ଚାକିରି ପଳାଇବା ପରେ ସେମାନେ ଏବେ ଏଠାରେ କାମ କରୁଛନ୍ତି ।

Leave a Reply