ସକରାତ୍ମକ ଚିନ୍ତାଧାରା ଥିଲେ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିପାରିବ ମଣିଷ, ପ୍ରମାଣ କରିଛନ୍ତି ଶକ୍ତି..

Shakti Meher

ବରଗଡ଼: ମନରେ ସକରାତ୍ମକ ଚିନ୍ତାଧାରା ଥିଲେ ମଣିଷ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିପାରିବ । ଯାହା କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଶକ୍ତି ମେହେର । ଦୁର୍ଘଟଣାରେ ଦୁଇ ଗୋଡ଼ ଅଚଳ ହେବା ପରେ ମଧ୍ୟ ସେ ଭାଙ୍ଗି ପଡିନାହାଁନ୍ତି । ନିଜ ଅନ୍ତନିର୍ହିତ କଳାକୁ ପ୍ରସ୍ଫୁଟିତ କରି ବାନ୍ଧ ଶାଢୀରେ ଦେଉଛନ୍ତି କଳାର ଅନନ୍ୟ ଛାପ ।

ଭିନ୍ନକ୍ଷମ ହୋଇ ମଧ୍ୟ ସେ ସକ୍ଷମ । ବନ୍ଧକଳା ଡିଜାଇନକୁ କରୁଛନ୍ତି ଜୀବନ୍ତ । ଦିନେ ମୁକ୍ତ ଆକାଶରେ ବିହଙ୍ଗ ପରି ଉଡିବାର ସ୍ୱପ୍ନ ଦେଖିଥିଲେ ଶକ୍ତି । ହେଲେ ସାମାନ୍ୟ ଦୁର୍ଘଟଣା ତାଙ୍କ ସ୍ୱପ୍ନର ଦିଗକୁ ପରିବର୍ତ୍ତନ କରିଦେଲା । ଆଉ ଦୁଇ ଗୋଡ଼ ହରାଇ ସବୁଦିନ ପାଇଁ ହୋଇଗଲେ ଭିନ୍ନକ୍ଷମ । ହେଲେ ଏଥିରେ ସେ ଭାଙ୍ଗି ନପଡ଼ି ନିଜ ହାତର ଯାଦୁରେ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଦେଇଛନ୍ତି । ଆଉ ବାନ୍ଧ ଶଢୀରେ ଅନନ୍ୟ ଛାପ ଛାଡି ବାନ୍ଧକଳା ଡିଜାଇନକୁ ଜୀବନ୍ତ କରୁଛନ୍ତି ।

ଶକ୍ତିଙ୍କ ଗୋଡ ସିନା କାମ କରୁନାହିଁ, ହେଲେ କଲମରେ ଦେଖାଉଛନ୍ତି କମାଲ । ସମ୍ବଲପୁରୀ ବାନ୍ଧଶାଢୀର ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଦେଉଛନ୍ତି । ଏହି ଭିନ୍ନକ୍ଷମକୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା ବେଳେ ଯୋଜନାରେ ସାମିଲ କରି ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବରଗଡ଼ ଉପଜିଲ୍ଲାପାଳ ।

Leave a Reply