ଗ୍ୟାସ୍ ଟ୍ୟାଙ୍କରର ଫାଟିଲା ଟାଙ୍କି, ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ

ସମ୍ବଲପୁର: ଯୁଜୁମୁରା ଥାନା ନିକଟରେ ଭୟଙ୍କର ଦୁର୍ଘଟଣା । ଜୀଅନ୍ତା ଜଳିଗଲେ ୨ ଜଣ । ଭୋରରୁ ଏକ ଟ୍ରକ୍ ସହ ଗ୍ୟାସ୍ ଟ୍ୟାଙ୍କର ଧକ୍କା ହୋଇଥିଲା । ଏହାପରେ ଗ୍ୟାସ୍ ଟ୍ୟାଙ୍କରର ତେଲ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ଗାଡ଼ିର ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ । ତେବେ, ମୃତକଙ୍କ ପଚିଚୟ ଜଣାପଡ଼ିନାହିଁ ।ଭୋର୍ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଯୁଜୁମୁରା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ପରେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଛନ୍ତି । ତେବେ, ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ସତ୍ତ୍ୱେ ଗ୍ୟାସ୍ ସହ ସଂଯୋଗ ନହେବାରୁ ବଡ଼ ଦୁର୍ଘଟଣା ବା ବିସ୍ଫୋରଣ ଟଳି ଯାଇଛି ।ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି । ଗ୍ୟାସ୍ ଲିକ୍ ହେଉଥିବାରୁ ପୋଲିସ ଉକ୍ତ ସ୍ଥାନକୁ କର୍ଡନ କରି ରଖିଛି । ଅଘଟଣ ଏଡ଼ାଇବାକୁ ରାସ୍ତାରେ ଯାତାୟତ ବନ୍ଦ କରାଯାଇଛି ।

Leave a Reply